STORYMIRROR

ଡୁଲେଶ୍ବର କୁମାର ସାହୁ

Comedy Others

4  

ଡୁଲେଶ୍ବର କୁମାର ସାହୁ

Comedy Others

ଛାଡ଼ି ଦିଅ ବାଟ ମୋହର

ଛାଡ଼ି ଦିଅ ବାଟ ମୋହର

1 min
249

ଯେତେ କଥା ହେଲେ ସରିବନି କେବେ

ସୁଖ, ଦୁଃଖ ଆମ ପ୍ରେମର

ଏତିକିରେ ଥାଉ ଆସୁଛି ମୁଁ ବନ୍ଧୁ

ଛାଡିଦିଅ ବାଟ ମୋହର l


ବିପଦେ,ଆପଦେ ପୁଣି ଦେଖାହେବା

ଆମେ ଦୁହେଁ ପରସ୍ପର

ଏମିତି ଆଗକୁ ଆଉ କେତେ କଥା 

ଲାଗୁଥିବ ସବୁ ସୁନ୍ଦର

ଏତିକିରେ ଥାଉ ଆସୁଛି ମୁଁ ବନ୍ଧୁ

ଛାଡିଦିଅ ବାଟ ମୋହର l


ତୁମେ ପ୍ରେମ ହେଲେ 

ମୁଁ ତୁମ ପୃଥିବୀ

ଆମେ ଦୁହେଁ ଫୁଲ ଭଅଁର

ଆମେ ସବୁଦିନେ ଖୁସିରେ ଥିଲେ 

ଦୁଃଖ ହୋଇଯିବ ଦୂର

ଏତିକିରେ ଥାଉ ଆସୁଛି ମୁଁ ବନ୍ଧୁ

ଛାଡିଦିଅ ବାଟ ମୋହର l


ମାଟି ଠୁ ଆକାଶ 

ଆକାଶ ଠୁ ମାଟି 

ଯେମିତି କରନ୍ତି ଆଦର

ସମସ୍ତଙ୍କୁ ଆମେ ଦୁହେଁ ମିଳିମିଶି

ଦେଇଦବା ପ୍ରେମ ମନ୍ତର

ଏତିକିରେ ଥାଉ ଆସୁଛି ମୁଁ ବନ୍ଧୁ

ଛାଡିଦିଅ ବାଟ ମୋହର l



Rate this content
Log in

Similar oriya poem from Comedy