Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanaranjan Sahoo

Comedy Tragedy

4  

Gyanaranjan Sahoo

Comedy Tragedy

ଭାଗ୍ୟୋଦୟ

ଭାଗ୍ୟୋଦୟ

1 min
254


ଭାଗ୍ୟ ବଦଳିଛି ଭୋକିଲା ପେଟର

ଟଙ୍କାଏ ଚାଉଳ ଯାହାକୁ ଯେତେ

ଶ୍ରମଘର୍ମ ତେଜି ମଉଜ କବଳେ

ହିତାଧିକାରୀ ନିଶାରେ ମାତେ ।


ସୁନା ଫଳେଇ ମୁଁ ହତ ଚକିତ

ମଣ୍ଡିରୁ ଉଠୁନି ବସ୍ତା ସଙ୍ଗାତ

ବର୍ଷା କାକରେ ପଡ଼ି ରୋଗ ମୋ ମିତ

ଟାଉଟରି କଲେ ମିଳେ ବହୁତ ।


ମଦ ଦୋକାନରେ ଗହଳି ଚହଳି

କ୍ଷେତରେ ଶୁଭୁନି ହଳୁଆ ଗୀତ

ରାଜନୀତି ଲାଭ ଲୋଭ ଅସମ୍ଭାଳେ

ଚାଷ ଛାଡ଼ି ଧରେ ନେତାଙ୍କ ନେତ ।


କ୍ଷେତ ଉଜୁଡ଼ିଲେ କମ୍ପାନୀ ଦାୟୀ

ଋଣ ନ ଶୁଝିଲେ ସବୁ ଛାଡ଼ ହୁଅଇ

ଦୈବ ଦୁର୍ବିପାକେ ଭୟ ମୋ କାହିଁ

ଯୋଜନା ଅପାର ଚାଷୀଙ୍କ ପାଇଁ ।


ମା ଯାଇଥିଲା ପୁରୀ ହବିଷ କରି

କାର୍ତ୍ତିକେ ଜଗାକୁ ହେଲା ଗୁହାରି

ମୋଫତ ଖୁସିରେ ନ ହେଲା ପାରି

ଦଳାଚକଟାରେ ଖଞ୍ଜା ଗଲା ବାହାରି ।


ବାପା ପାଳୁଥିଲେ ଚାଷୀର ଧର୍ମ

ଅଭାବ ଘୁଞ୍ଚିନି ରୋଗ ଦେଲା ସେ କର୍ମ

ଡେରିରେ ପହଞ୍ଚି ଶହେଆଠ ନେଲା ସରଗ ଧାମ

ଶିକ୍ଷିତ ବେକାର ମୁଁ ଭାଗ୍ୟ ମୋ ବାମ ।


ଘର ମରାମତି ପାଇଁ ତିନି ହଜାର

ଦି ବର୍ଷ ଯାଇନି କୁଡ଼ିଆରୁ ମୋ ପଡ଼ିଲା ଝର

ମହିମା କରୁଣା ତାଙ୍କ ଅପରମ୍ପାର

ଜାଣିଥିଲେ ସିଏ କେତେଦିନେ ଛାତୁ ଖସିବ ନୀର ।


ଖାତାରେ ନାଆଁଟା ଏବେ ଯାଇଛି ଚଢ଼ି

ଲଙ୍ଗଳ ଧରିବା ମୋର ଦରକାର ନାହିଁ

ଆଦର୍ଶେ ପଢ଼ିବ ପୁଅ ଝିଅ ଅଙ୍ଗନବାଡ଼ି

ସ୍ବୟଂସହାୟିକା ଗୋଠେ ସ୍ତ୍ରୀ କଲାଣି ବହି ।


Rate this content
Log in

Similar oriya poem from Comedy