STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Comedy

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Comedy

ଏ ଯୁଗର ସତ୍ୟବାନ

ଏ ଯୁଗର ସତ୍ୟବାନ

1 min
22


ସତ୍ୟବାନ ଆଜି ଗୁମୁରି କାନ୍ଦୁଛି 

ଲୁହ ଦେଖନ୍ତିନି କେହି,

ହୃଦୟ ଯନ୍ତ୍ରଣା ମନର ବେଦନା 

ବୁଝିବାକୁ କେହି ନାହିଁ ।

ପାରୁନି ଯାତନା ସହି...

ଭାଗ୍ୟ ତା'ର ସାଥେ ଲୁଚକାଳି ଖେଳେ 

ପାରେନା କାହାକୁ କହି ।।୦୧।।


ସଂସାର ଜଞ୍ଜାଳ ସାଜେ ତାକୁ କାଳ

ଜୀବନଟା ନର୍କ ସମ,

ଅଭାବ ପୂରଣ ହୁଏ ନାହିଁ କେବେ

ଯେତେ କରୁଥିଲେ କାମ ।

କିଛିରେ ହୁଏନା' ନାମ...

ଦୟା ଭାବ ନେଇ ସଭିଏଁ କରନ୍ତି

ଲୋକ ଦେଖାଣିଆଁ ପ୍ରେମ ।।୦୨।।


ଯାହା ହେଲେ ମାତ ରାଗେ ଜର୍ଜରିତ

ସ୍ତ୍ରୀ ବୋଲକରା କହେ,

ଶଶୁର ଘରକୁ କରେ ଆପଣାର

ନିଜ ଲୋକ ପର ହୁଏ ।

ପୁଅ ମୋ ବିଗିଡ଼ିଯାଏ...

କହିଲେ କୁଳ କୁଟୁମ୍ବକୁ ଲାଜ

କାହାକୁ କହିବି ହାଏ !!୦୩।।


ଭଉଣୀ କହଇ ଶାଳୀ ପ୍ରେମେ ପଡ଼ି

ଭାଇ ମୋ ଦୂରେଇ ଗଲା,

ଦିନ ଥିଲା ଭାଇ କେତେ ଭଲ ଥିଲା

ସବୁ କଥା ବୁଝୁଥିଲା ।

ଦଇବ ଏ କିଶ କଲା...

ସାବିତ୍ରୀ ଓଷାରେ ସାବିତ୍ରୀ ଭାରକୁ

ମନରୁ ପାଶରି ଦେଲା ।।୦୪।।


ଅର୍ଦ୍ଧାଗିନୀ ଆସି କହଇ ସରାଗେ

ସାବିତ୍ରୀ ବ୍ରତ ଆସୁଛି,

ବାପା ଆଉ ଏବେ ପାରିବେନି ଏତେ

ଭାଇ ମୋ ଦୂରରେ ଅଛି ।

ଆସିବନି ସେଠୁ କିଛି...

ଗୋଟି ଗୋଟି କରି ସବୁ ଆଣି ଦେବ

ଶୁଣ ମୁଁ ଯାହା କହୁଛି ।।୦୫।।


ସଭିଙ୍କର କଥା ଶୁଣି ଶୁଣି ନିତି

ବଧିରା ହେଲାଣି କାନ,

ଆଗ ପଛ କରି ସବୁ ବୁଝିବାକୁ

ନିଅଣ୍ଟ ଏ ରାତିଦିନ ।

ବିଷାଦରେ ଭରା ମନ...

ତଥାପି ବଞ୍ଚିବା ସଂଗ୍ରାମ କରୁଛି

ଏ ଯୁଗର ସତ୍ୟବାନ ।।୬।।



Rate this content
Log in

Similar oriya poem from Comedy