STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ମାଆ ଗଜଲକ୍ଷ୍ମୀଙ୍କୁ ଆବେଦନ

ମାଆ ଗଜଲକ୍ଷ୍ମୀଙ୍କୁ ଆବେଦନ

1 min
207


ଆହେ ମାନନୀୟା ଜଗତର ମାଆ

    ଗଜଲକ୍ଷ୍ମୀ ମହୋଦୟା,

ନିବେଦନ ଅଭିପ୍ରାୟ ଏହିକି ଯେ,

    ଅପର୍ତ୍ତି ସେଠୀ ମୋ ନାଆଁ।

ପୂର୍ବ ଉପକୂଳ ତୁଳସୀ କ୍ଷେତ୍ରଟି

    କେନ୍ଦ୍ରାପଡ଼ା ମୋର ଗାଆଁ,

ଆପଣଙ୍କ ଦୃଷ୍ଟି ଆକର୍ଷଣ କରି

    ଗୁହାରୀ କରୁଛି ଏହା।

ଏ ତୁଳସୀ କ୍ଷେତ୍ର ଶ୍ରୀକ୍ଷେତ୍ର ସହିତ

    ଯେଉଁ ଘନିଷ୍ଠତା ଅଛି,

 ସେକଥା କ‌ଅଣ କହିବାକୁ ହେବ

    ଆପଣ ଜାଣିନାହାନ୍ତି?

 ବଡ଼ଲୋକ ହୋଇ କିପରି ଜାଣିବେ

    ଅଛ ଯେଣୁ ନୀଳାଚଳେ,

 ଏଣେ ଲଙ୍ଗଳକୁ ଧରି ବସିଛନ୍ତି

    ବଳିଆ କେନ୍ଦ୍ରାପଡ଼ାରେ।

 ଆପଣ ଯାହାଙ୍କୁ ପଡ଼ି ଟେକିଦେଲେ

    ଏଇ ସରକାର ଆମ,

 ସାବତ ଦୃଷ୍ଟିରେ ଚାହିଁଲେ ଆମକୁ

    ଦେଲେ ନାହିଁ କିଛି କାମ।

 ନାହିଁ ତ ଚାକିରୀ ନାହିଁ କାରଖାନା

    ନାହିଁ ରୋଜଗାର ବାଟ,

 ନେତା ମାଳମାଳ ଦୁର୍ନୀତି ପ୍ରବଳ

    ଗୁଣ୍ଡାଙ୍କର‌ ପୁରେ ପେଟ।

 କେଉଁ ରାଇଜରେ ନାହିଁ ଏହି କଥା

    ସତୁରୀ ବର୍ଷ ବିତିଲା,

 କେନ୍ଦ୍ରାପଡ଼ା ବାସୀ ମାଲରେଳ ଦେଖି

    ଜୀବନକୁ ଧନ୍ୟ କଲା।

 କ‌ଅଣ ପାଇଁକି ବୈମାତୃକ ଭାବ

    ଏଇ କେନ୍ଦ୍ରାପଡା ପାଇଁ,

 ଶେଷଜିଲ୍ଲାବୋଧେ ଜିଲ୍ଲାତାଲିକାରେ

    ଶୀଘ୍ର ଦୃଷ୍ଟି ପଡୁନାହିଁ।

 ଓଡ଼ିଶା ରାଜ୍ୟର ସର୍ବ ପୁରାତନ

    କେନ୍ଦ୍ରାପଡ଼ା ପୌରସଂସ୍ଥା,

 ତା' କଥା ଆଉ ବା କ'ଣ କହିବି

    ସବୁଠୁଁ ସିଏ ହୀନସ୍ତା।

 ମାଆ ଗଜଲକ୍ଷ୍ମୀ ଶୁଣିମା ହେଉ କି,

    ଆପଣ ପଡି ଭଣ୍ଡାର,

 ଭୋକେ‌ଛନ୍ତି‌ ତୁମ ଯା' ଦେଢଶୁର

    ନାହିଁ କି ତୁମ ନଜର??

ଆମ ଭଳି କ'ଣ ଆପଣ ଖେଳନ୍ତି 

    ଭାଇ ଭଗାରୀର ଖେଳ,

ଆଡ ନୟନରେ‌ ଚାହିଲେ ତୁମର

    ସରି ଯିବ କି ଭଣ୍ଡାର?

କ‌ଅଣ ପାଇଁକି ଯୁଗ ଯୁଗ ଧରି

    ଆମେ କେନ୍ଦ୍ରାପଡା ବାସୀ,

ଗଜଲକ୍ଷ୍ମୀ ପୂଜା ସରାଗେ‌ ପାଳୁଛୁ 

    କି ଲାଭ ଏଠି ମିଳୁଛି?

ଏଣୁ ମୁଁ ବିନୀତ ପ୍ରାର୍ଥନା କରୁଛି

    ଗୁହାରୀ ମୋର ଶୁଣିବ,

ଦୟାପରବେଶ‌ ହୋଇ ଦରଖାସ୍ତ 

    ମୋର ମଞ୍ଜୁର କରିବ।

କେନ୍ଦ୍ରାପଡ଼ାଦୁଃଖ ଦୂରହେଲେ ମାତ

    ହେବି ମୁଁ ଚିରୋପକୃତ,

ଇତି,ବୋଲି ଲେଖି ଦରଖାସ୍ତ ତଳେ 

    କରୁଅଛି ଦସ୍ତଖତ।



Rate this content
Log in

Similar oriya poem from Comedy