Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan Sethi

Comedy Tragedy Others

3  

Narayan Sethi

Comedy Tragedy Others

ଲୋକେ ହସିବେ ସୁଧୁରି ଯାଆନ୍ତି

ଲୋକେ ହସିବେ ସୁଧୁରି ଯାଆନ୍ତି

1 min
199


ଆଜ୍ଞା କାହାର ଘର ଭାସିଗଲିନି ତ 

କାହାର ଘରେ ଚୁଲି ବୁଡି ଯାଇଛି ।


କେତେ ଯେ ଲୋକ ବାସହରା ହେଇକି 

ନୀତି ମୁଠାଏ ଖାଇବାକୁ କାନ୍ଦୁଛି

ଆଉ ଅଳପ ସ୍ଥାନ ପାଇଁ ଭଗବାନ ଙ୍କୁ ଡାକୁଛି ।


ଆଉ ଏଠି କି ଦୃଶ୍ୟ ଧନ୍ୟ ତୁମେ ମଣିଷ ହେ

ମୋବାଇଲ ଫୋନ ଧରି ସେଲଫି

ସେ ପୁଣି ବିପଦ ଥିବା ପାଣି ର ଶୁଆ ରେ ।


କିଏ ଭିଡିଓ ବନାଉଚି ତ ପୁଣି 

କିଏ ପାଣି ଶୁଆ ର ମଜା ନେଉଛି

ବା ବା ରେ ଆଧୁନିକ ଯୁଗର ଜ୍ଞାନୀ ମଣିଷ

କାହାର ଦୁଃଖ ରେ ତୁମର କଣ ଯାଉଛି ।


ତୁମର ସେଲଫି ଆଉ ଭିଡିଓ ବାସ

ସୋସିଆଲ ମିଡିଆରେ ରଖିବା ନିହାତି ଜରୁରୀ ।


କାହାର କଣ ଯାଉଛି

କାହାର ଦୁଃଖ ରେ

ମୋର କଣ ଯାଉଛି 

ମୋର ତ ବାସ ମୋବାଇଲ ରେ

ଏମିତି ସୋସିଆଲ ମିଡିଆରେ ବିତୁଛି ।


ଆଜ୍ଞା ଏମିତି ଭୂଲ ସ୍ଥାନ କୁ ଯାଆନ୍ତୁ ନି 

କି ନିଜର ଜୀବନକୁ ଅସୁରକ୍ଷିତ କରନ୍ତି ।


ଦୁଃଖୀ ର ସାଥ ଦିଅନ୍ତୁ

ହାତରେ ହାତ ଯୋଡ଼ନ୍ତୁ

ସୋସିଆଲ ମିଡିଆର ପ୍ରଭାବ ରେ

ନିଜକୁ ନିଜ ପରିବାର କୁ ସୁରକ୍ଷିତ ରଖନ୍ତୁ ।



Rate this content
Log in

Similar oriya poem from Comedy