Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Comedy

3  

PRASANNA KUMAR NAYAK

Comedy

ପତ୍ନୀ ବନ୍ଦନା

ପତ୍ନୀ ବନ୍ଦନା

1 min
160


ଉଠ ଉଠ ରାତି ପାହିଲାଣି

ମୋ ଘରମଣୀ

ବେଳ ନଅ ଘଡ଼ିଯାଏ       ମୋ ଘରଣୀ ଶୋଇଥାଏ

ଡାକି ଡାକି କଁ କଣ୍ଠ ଫାଟେ   ଉଠିଲେ ଦୁର୍ଯୋଗ ଘଟେ

ଖଟେ ଗଡୁଥାଏ ଜାଣିଶୁଣି l

ଉଠୁ ଉଠୁ ଶଜ୍ୟା ଚାହା     ନ ଦେବାକୁ ନାହିଁ ରାହା

ଘଷିସାରି ଟୁଥ ବ୍ରଶ        ସ୍ନାନସାରି ହୁଏ ଫ୍ରେଶ

କ୍ରିମ ମାଖି ବାନ୍ଧେ ଲମ୍ବାବେଣୀ l

ବଜାରର ଜଳଖିଆ        ଲାଗେ ଭାରି ଶୁଆଦିଆ 

ଖାଇବାକୁ କଲେ ମନ      ବାହାରିଯାଏ ମୋ ଯାନ

ଆଣିଥାଏ ମୁଁ ବଜାରୁ କିଣି l

ଆସିଲେ (ମୋ )ଶାଶୁ ଶ୍ୱଶୁର ଅଣ୍ଟାଭିଡ଼ି ତରତର

ବଢ଼ି ସକାଳରୁ ଉଠି       କାମ କରେ ଯେନହେ ବେଠି

କି ପ୍ରଶଂସା ପାଏ ମୋ ଘରଣୀ l

ଆସିଲେ ଘରକୁ ଶାଳୀ     ମୋ ମନ ହୁଅଇ ଭାଳି

ସିନେମା, ପାର୍କ, ବଜାର    ବୁଲି କିଣେ ଚୂଡ଼ଦାର

ଖାଲିକରିଦିଏ ମୋର ମୁଣି l

ଶଳା ମୋ ଗେଲବସର    ଅଟେ ନିକମା ବେକାର

କାମଧନ୍ଦା କିଛି ନାହିଁ     ମୋ ଧନକୁ ଥାଏ ଚାହିଁ

ଖର୍ଚ୍ଚ ପାଇଁ ଦିଏ ତା ଭଉଣୀ l

ଅନେକ ଧରମ ଭାଇ     ଘରକୁ ଆସନ୍ତି ଧାଇଁ

ଧରି କ୍ରିମ ପାଉଡ଼ର     କଦଳୀ ନଡ଼ିଆ ଭାର

ଦେଖି ମୋତେ ଭୁଲେ ମୋ ଘରଣୀ l

ଦିନରେ ପିନ୍ଧେ ନାଇଟ   ଜିନ୍ସ ପୋଷାକ ଟାଇଟ

ବୁଲୁଥାଏ ବାରଦ୍ୱାର     ଅବା ବୁଲଇ ବଜାର

ପ୍ରତିବାଦରେ ଉଠେ ଛାଞ୍ଚୁଣୀ l

ପ୍ରିୟତମା ତୋତେ ରାଣ  ରୋଷ କରିବୁନି ପୁଣ

ଉଗ୍ର ଆଧୁନିକା ନାରୀ    ଏ କର୍ମ ନିଏ ଆଦରି

ଏହା ନୁହେଁ ମୋ ଘର କାହାଣୀ l


Rate this content
Log in