Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Others

3  

PRASANNA KUMAR NAYAK

Others

ଅପେକ୍ଷା

ଅପେକ୍ଷା

1 min
130


ପ୍ରେୟଶୀର ପ୍ରଶଂସାରେ ଶତମୁଖ ହୋଇ

ଅଲୋଡା ସମାଜରେ

ସ୍ୱାଭିମାନର ଜିଦରେ ଅଟଳ ରହି

ପ୍ରତାରଣାର ତୂଳୀଧରି ଛବି ଆଙ୍କିଲେ

କ'ଣ ମୋ ଇଚ୍ଛା ପୂରଣ ହେବ ।


ଋତୁର ପରଶରେ 

ଫୁଲର ପାଖୁଡା ଉନ୍ମୋଚିତ ହେଲେବି

ନର୍କ ଭିତରେ ରହି

ଅଭିମାନର ଗୁଚ୍ଛ ସାଉଁଟିଲେ

ମନରେ ପବିତ୍ରତା ଆସିବ କେଉଁଠୁ ।


ତୁମ ପ୍ରୀତି ପରଶରେ

ଉଦଭାସିତ ହୋଇ

ପଚାମାଂସର ବାସ୍ନାକୁ

ଢକଢକ କରି ପିଇଯାଇଛି ମୁଁ ।


ତଥାପି,ଅବାଧ୍ୟକୁ କରାୟତ୍ତ କରି

ଅପେକ୍ଷା ତୁମ ଫେରିବା ବାଟକୁ

ଝରକା ଫାଙ୍କରେ 

ଗାଁ ମୁଣ୍ଡ ଅଙ୍କାବଙ୍କା ରାସ୍ତାକୁ ଅନାଇ ଜଗିଛି 

କାହିଁକିନା ମୁଁ ଜାଣିଛି

ପ୍ରକୃତି ପ୍ରଦତ୍ତ ଅମୂଲ୍ୟ ଉପହାର

କେବେ ମୂଲ୍ୟହୀନ ହେଇପାରେନା ।



Rate this content
Log in