Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Others

4.0  

PRASANNA KUMAR NAYAK

Others

ରାମ ରାଜ୍ୟ

ରାମ ରାଜ୍ୟ

1 min
177


ହେ ଗାନ୍ଧିଜୀ,

ପୁଣ୍ୟତୋୟା ତୁମେ

ଆସିଥିଲ ପୁଣି ଚାଲିଗଲ

ମାନସ ପଟରେ ଆଙ୍କିଦେଇ

ଅକୁହା କାହାଣୀ l


ଆଜି ସଭିଏଁ କାନ୍ଦୁଛନ୍ତି

ନାଥୁରାମ ବି ଅନୁତପ୍ତ କରି କାନ୍ଦୁଛି କଇଁ କଇଁ

ବ୍ରିଟିଶ ବି କାନ୍ଦୁଛି

ତୁମ ନିଷ୍ଠା ଓ ଏକାଗ୍ରତା ପାଇଁ

ତୁମର ଅମୁଲ୍ୟ ବଳିଦାନ ଓ କଥାପଦକ ପାଇଁ l


ଖଦଡ଼ ପିନ୍ଧି ଆସିଥିଲ

ଖଦଡ଼ ପିନ୍ଧା ବି ଶିଖାଇଲ

କିନ୍ତୁ,

ଆମକୁ ନ ଜଣାଇ ଚାଲିଗଲ ସେଇ କଳ୍ପନାର ରାଜ୍ୟକୁ l


ଏବେ ସେହି ଖଦଡ଼ ପିନ୍ଧି

କେବଳ କାନ୍ଧେଇଛୁ

ତୁମର ଚିରଞ୍ଜିବି ଶବ l


ରାମରାଜ୍ୟ କରିଲ ସ୍ୱାର୍ଥତ୍ୟାଗ କରି

ଆଜି ଶହଶହ ନିରୀହା କାନ୍ଦୁଛନ୍ତି

ତୁମକୁ ହରାଇ

ତୁମପରେ ଜନ୍ମିଥିବା

ରାକ୍ଷସ ରାବଣର ଫାଶରେ ପଡି l


ହେ ଗାନ୍ଧିଜୀ,

ପୁଣି ଫେରିଆସ ଖଦଡ଼ ପିନ୍ଧି

"ଖଟି ଖାଅ କୁଟି ପିନ୍ଧ "ର ସ୍ଲୋଗାନ ଦେଇ

ପୁଣି ବିଞ୍ଚିଯାଅ ତୁମ ଅମୂଲ୍ୟ କଥାମୃତ

ଏବଂ ଗଢିଦିଅ ତୁମ ସ୍ବପ୍ନର " ରାମରାଜ୍ୟ "l



Rate this content
Log in