Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Others

3  

PRASANNA KUMAR NAYAK

Others

ନିର୍ବିକାର

ନିର୍ବିକାର

1 min
137


ବର୍ଷ ବର୍ଷ ଧରି ସାଉଁଟି ରଖିଥିବା ସ୍ୱାଭିମାନ

ଆଜି ଚୁରମାର୍ ହେଇଯାଇଛି

ହେଲେ ଜାଣିଛ,

ଝରକା ଫାଙ୍କରୁ

ଦୂର ଦିଗବଳୟରେ ଦେଖାଯାଉଥିବା ଆକାଶ

ସମୁଦ୍ର ହେଇପାରେନା

ସୁଦୂରପ୍ରସାରୀ ରାସ୍ତାରେ

ଦେଖାଯାଉଥିବା ମରୀଚିକା

ଚିରସ୍ରୋତା ନଦୀ ହେଇପାରେନା ।


ଦେଖିଛକି କେବେ

ପୃଥିବି ଛୁଇଁଛି ଆକାଶକୁ

ମନ ଛୁଇଁଛି ବିବେକକୁ

ନିର୍ଜୀବ ଛୁଇଁଛି ଆତ୍ମାକୁ

ତଥାପି,ମୁଁ ନିର୍ବିକାର

କେବଳ ତୁମ ପାଇଁ ।


ତୁମେ କହିଥିଲନା

ଅଜଣା ଅଚିହ୍ନା ଇଲାକାରେ ଥାଇ

ଭୁଲିବାକୁ ସବୁ ଅଜଣା ଯନ୍ତ୍ରଣା

ଆଉ ଅଦେଖା ମନଭରା କୋହ

କିନ୍ତୁ,ଚୁପ୍ ରହିଗଲ

ଶାନ୍ତ ହୋଇ ଶିଳାସିକ୍ତ ପ୍ରାୟେ ।


Rate this content
Log in