ଅପହଞ୍ଚ ଇଲାକା
ଅପହଞ୍ଚ ଇଲାକା
1 min
211
ବଞ୍ଚିଛି ମୁଁ ତୁମପାଇଁ
ଜୀବନ ରାସ୍ତାରେ କଣ୍ଟକିତ ପାପଚ୍ଛ ଥିଲେ ବି
ବଞ୍ଚିବାକୁ ହେବ
ତୁମ ଅତୁଟ ସ୍ନେହର ମଧୁପିଆଲାରେ
ଆଗ୍ନେୟଗିରିର ଉଦଗିରଣ ତରଳ
ଶ୍ରାବଣର ବାରିଧାରା ଝରିବା ପର୍ଯ୍ୟନ୍ତ ।
ସ୍ୱାଭିମାନର ଜିଦରେ ଅଟଳ ରହି
ପଥର ମୂର୍ତ୍ତିରେ ଈଶ୍ୱରଙ୍କୁ ଖୋଜିଲେ
ମିଳିବକି ମୋତେ
ତୁମ ନିଚ୍ଛକ ଭଲପାଇବା
ଆଉ ସ୍ନେହବୋଳା ମୁଖର ଅମୃତ ।
କେତେ ସ୍ୱପ୍ନ
କେତେ ଇଛା ଆଉ ଆଶାର ଆକାଂକ୍ଷା
ଦିନେ ପାଣିଫୋଟକା ପରି ଫାଟିଯିବ
ହିମଶୈଳର ବରଫ ପରି ତରଳିଯିବ
ଅସୁମାରୀ ସ୍ୱପ୍ନରେ
ବାସ୍ତବତା ଖୋଜୁଖୋଜୁ
ଠିକଣା ହରାଇ ଏବେ
ଲକ୍ଷ୍ୟହୀନ ଅପହଞ୍ଚ ଇଲାକାରେ
ପହଞ୍ଚିଯାଇଛି ମୁଁ
କେବଳ ତୁମ ଇଚ୍ଛା ପୂରଣ କରିବାକୁ ।
