Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Others

3  

PRASANNA KUMAR NAYAK

Others

ତଥାପି ଚିହ୍ନିଲନି

ତଥାପି ଚିହ୍ନିଲନି

1 min
127


ତୁମ କାନ୍ଧଧରା

ଠୁକୁରୁ ଠୁକୁରୁ ଚାଲି

କାନ୍ଥଧରା ପାଦଘଷା ଚାଲିଠୁ

ହାତଠେଲା ହ୍ୱିଲ ଚେୟାର ପର୍ଯ୍ୟନ୍ତ

ସବୁ ଦେଖିଛି

ଏଇ ଅଙ୍ଗେନିଭା ଆଖି ଦୁଇଟି l


କ୍ଷଣିକ ପଲକ ପଡ଼େ କି ନା

କେବେ ଜାଣିନି

କୋହଭରା ନିବେଦନରେ

ତୁ ମୋ ଆରମ୍ଭ ତୁ ମୋ ଶେଷର

ଭାରସା ଯୋଗ୍ୟ ପ୍ରତିଶୃତି

ଫଟାବାଦଲ ପରି ଲୁଚିଗଲା ପରେ ବି

ନୀରବ ଯୌବନକୁ

ଆଶ୍ରାକରି ବଞ୍ଚିବାକୁ ହେବ l


ପ୍ରତିଶୃତି ପ୍ରତାରଣରେ ରହିଗଲା ସିନା

ଦୁଃଖ ସମ୍ଭାରରେ ନିଜକୁ ହଜେଇ

ଜୀବନଦୀପ ଅନ୍ଧାରରେ ନିମିଳିତ ପର୍ଯ୍ୟନ୍ତ

ପାଖେପାଖେ ରହିବି

ହେଲେ ଚିହ୍ନିପାରିଲନି

ତୁମ ହାତଗଢା ଜୀବନ ପ୍ରଦୀପକୁ

କାହିଁକିନା, ତୁମେ ବାସ୍ତବତାର ବିଡ଼ମ୍ବନା

ଆଉ ପ୍ରଲୋଭନର ପ୍ରରୋଚନା l


Rate this content
Log in