Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Children

3  

PRASANNA KUMAR NAYAK

Children

ଜାଣି ରଖ

ଜାଣି ରଖ

1 min
132


ପିଲାଏ ଏତିକି ଜାଣିରଖ

   ମହତ ବଚନ ଗାଉ ମୁଖ

ଲବକୁଶ ପରି ରାମାୟଣ ଗାଇ

  ଗୁରୁଜନ ପଦେ ଭକ୍ତି ଶିଖ l


ଗୁରୁଭକ୍ତି ସଦା କରୁଥାଅ

   ବଡ ସାନ ନିତି ମାନୁଥାଅ

ଏକଲବ୍ୟ ପରି ପ୍ରିୟ ଶିଷ୍ୟ ହୋଇ

  ଗୁରୁଙ୍କ ଆଶିଷ ପାଉଥାଅ l


କୁହନାହିଁ କେବେ ମିଛ କଥା

  ଆନମନା ହୁଅନି ଅନ୍ୟଥା

ପଦେ ମିଛ ପାଇଁ ଧର୍ମ ଯୁଧିଷ୍ଠିର

  ନର୍କ ଦେଖି ଭୋଗିଥିଲେ ବ୍ୟଥା l


କରିବ ସର୍ବଦା ପିତୃଭକ୍ତି

  ବିପଦରୁ ହୋଇବ ମୁକତି

ପିତୃସତ୍ୟ ପାଳି ପ୍ରଭୁ ରାମଚନ୍ଦ୍ର

  ରଖିଥିଲେ ଯଶ ଓ କିରତି l


ଗୁରୁଜନ କଥା ମାନୁଥିବ

   ଖଳ ପ୍ରବୃତ୍ତିକୁ ଛାଡ଼ିଦେବ

ଉଚ୍ଚନୀଚ୍ଚ ଭାବ ଭୁଲିଗଲେ ତୁମେ

   ସଭିଙ୍କ ଆଦର ପାଉଥିବ l


Rate this content
Log in

Similar oriya poem from Children