Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Others

3  

PRASANNA KUMAR NAYAK

Others

ମୁଁ, ତୁମେ ଓ ସେ

ମୁଁ, ତୁମେ ଓ ସେ

1 min
165


ମଙ୍ଗଳମୟୀ ମଥାରେ ତୁମର

ମହାକୁଥାଉ ମଥା ସିନ୍ଦୂର

ପ୍ରଜ୍ଜ୍ୱଳିତ ହେଉ ତୁମ ପାଇଁ

ମୋ ମନର

ଅଲିଭା ଦୀପ୍ତିମନ୍ତ ପ୍ରତିଭା l

ଶ୍ରାବଣର ପହିଲି ସ୍ପର୍ଶରେ

ମାଟିର ବାସ୍ନା ଯେମିତି

ଉଲ୍ଲସିତ କରେ

ଠିକ ସେମିତି

ମୋ ହୃଦୟରେ ଟିକଟିକ କରୁଥାଏ

ତୁମ ମନର ପରିଭାଷା l

ମୁଁ କଣ କେବେ ହିସାବ ମାଗିଛି

ତୁମ ଭଲପାଇବାର ମଧୁପ ବାସ୍ନାକୁ

ଅହଂକାରୀ ମନରେ କ'ଣ

ମୁଁ ଭୁଲିଯାଇଛି ମାନବିକତା ?

କିନ୍ତୁ, ହଠାତ

କେଜାଣି କାହିଁକି

ତୁମେ ଆଉଜିପଡ ସେଇ ଅଚିହ୍ନl ଦେହକୁ

ଅଜଣା ହୃଦୟକୁ

ଆଦରିନେଇ ଅପହଞ୍ଚ ସୌନ୍ଦର୍ଯ୍ୟକୁ l

ମିଳନର କେଇ ମୁହୂର୍ତ୍ତରେ କିନ୍ତୁ କେଁ

ଜାଣିନାହିଁ କିଏସେହି ଅଜଣା ଅଚିହ୍ନl ନିରୀହ ହୃଦୟ

ତଥାପି ଖୋଜିବାକୁ ହେବ କିଏ ସେହି "ସେ " ?



Rate this content
Log in