Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Others

3.2  

PRASANNA KUMAR NAYAK

Others

ପ୍ରଗତିର ଜୟଯାତ୍ରା

ପ୍ରଗତିର ଜୟଯାତ୍ରା

1 min
217


ନୀରବତାରୁ ଜଣାପଡ଼େ

ସରଳ, ଅମାୟିକ ପ୍ରବୃତ୍ତିର ପରିଭାଷା

ପ୍ରଗତିର ଜୟଯାତ୍ରାର ପ୍ରତିଧ୍ୱନି

ଅଲୌକିକ ଉନ୍ନତିର ବିଚିତ୍ରବର୍ଣ୍ଣା ପରିମାପ

ଆଉ ଚିନ୍ତିତ ସିଦ୍ଧାନ୍ତ l

ହୁଏତ କାହାର

ହୁ ହୁ ଜଳୁଥିବା ହୃଦୟରୁ

କରୁଣ ଆର୍ତ୍ତନାଦ ବାହାରିପଡ଼େ

କିଏବା କୋହ ଜାଗରଣକୁ

ନିରବ କୋଠରୀରେ ଚାପିଧରେ

ଆଶା ନିର୍ଜ୍ଜନ ମରୁଭୂମିରେ ମରିଯାଏ

ତଥାପି ତୁମେ ନିର୍ବିକାର

ଆଶାର ସୌଦାଗର

ଭରସାର ଗନ୍ତାଘର l

ତୁମେପରା ପ୍ରତିଶୃତିର କେନ୍ଦ୍ର

ନିସର୍ତ୍ତ ପ୍ରତିଶୃତିର ପାଳନୀୟ ନିଳୟ

ତୁମକୁ ଦେଖି

ଠାକୁରଙ୍କୁ ଡାକିବାକୁ ଇଛାହୁଏ

ସୃଷ୍ଟିର ଏଇ ନିଚ୍ଛକ ପ୍ରତୀକ ପାଇଁ

ଜୀବନର ଅଙ୍କାବଙ୍କା ରାସ୍ତାରେ

ଝୁଣ୍ଟିପଡ଼ିଲେ ବେଳେବେଳେ 

ତୁମେ ତ କୋଟି ହୃଦୟର ଅନ୍ତରଙ୍ଗ ଛାପ

ନୂତନତ୍ୱର ବିନ୍ଧାଣୀ ସକାଶେ

ତୁମେତ 'ନବୀନ ' l



Rate this content
Log in