Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANNA KUMAR NAYAK

Others

3  

PRASANNA KUMAR NAYAK

Others

ବିଦାୟ

ବିଦାୟ

1 min
219


ହେ ବିଗତ

ଅପାଶୋରା କରୁଣ କାହାଣୀ

ଅଙ୍ଗେନିଭା ମର୍ମସ୍ପର୍ଶୀ ଦୃଶ୍ୟର ଚେତନା

ଅଲିଭା କୋହଭରା ନିବେଦନ

ଅଚିହ୍ନl ହୃଦୟର ବେଦନା

କେତେଯେ ଦେଖିଛ

କେତେ ନିଭାଇଛ

ସେହି ବିଚିତ୍ରବର୍ଣ୍ଣl ବରଷ ମଧ୍ୟରେ l

କିନ୍ତୁ,

ଶେଷରେ ଦେଖିଥିବା

ବିସୃତ ବିମୋହନ ହୃଦୟସ୍ପର୍ଶୀ ଘଟଣା

କ'ଣ ଲିଭିଯିବ

ସଭିଁଙ୍କ ମାନସପଟ ଆଉ ହୃଦୟ ସିଲଟରୁ l

ରଖେ ହରି ମାରେ କିଏ

ମାରେ ହରି ରଖେ କିଏ

ବଞ୍ଚିବାକୁ ଥିଲେ ମାରିବବା କିଏ !

ତୁମ ଲେଲିହାନ ଗରଳ ଜ୍ୱାଳାରେ ତ

ଜଳିପୋଡି ଯାଇଛି

ଏଇ ନିରୀହ ମଣିଷ

ଭୁଲିଯାଇଛି ନିଜର କଲାକର୍ମ

ଆଉ ଗୁମୁରି ଗୁମୁରି କାନ୍ଦୁଛି

ଦେଖିବାକୁ ନିଜର ଆତ୍ମୀୟ ସ୍ୱଜନ ଲ

କଁଅଳ ନିଷ୍ପାପୀ ଶିଶୁଟା

ଝୁରୁଛି ତା'ର ମାଆର ଚିବୁକ

ଓଠ ଚାପି ପିଇଯାଉଛି

ନିରୋଳା ଗରଳ ଚାହିଁ ଚାହିଁ ନୂଆ ବରଷକୁ l


Rate this content
Log in