STORYMIRROR

Subrat Malik

Comedy Drama Tragedy

3  

Subrat Malik

Comedy Drama Tragedy

ଆଜିର ଜୀବନ

ଆଜିର ଜୀବନ

1 min
165

ସକାଳରୁ ସଞ୍ଜ ସଞ୍ଜରୁ ସକାଳ..

ଘରରୁ ଅଫିସ ଅଫିସରୁ ଘର...

ଗାଡ଼ି ମଟର ଭଳି

ଧାଁ ଧକଡ଼ ଆଜିର ଜୀବନ

ବିଶ୍ରାମ ନେବାକୁ ତର ନାହିଁ

ସ୍ୱପ୍ନ ଦେଖିବା ତ ଦୂର କଥା ।।

ସୁବର୍ଣ୍ଣ ଭବିଷ୍ୟତ ଅଭିଳାଷେ

ହଜାଇଦିଏ ବର୍ତ୍ତମାନ

ସମୟର ବାଲୁକା ଗର୍ଭରେ

ଦେହର ଛାଇ ସାଥେ ପ୍ରତିଦ୍ୱନ୍ଦିତା କରି ।।

ସ୍ୱାର୍ଥ ପାଇଁ ସାଜେ ଦେବଦାସ

ଭୁଲିଯାଏ ଆତ୍ମୀୟସ୍ୱଜନ

ରଚେ ଷଡ଼ଯନ୍ତ୍ର ହୋଇ ପରଶ୍ରୀକାତର

ଅର୍ଥ ପ୍ରତିପତ୍ତିର କାଦୁଅ ଛିଟା

ଦେହେ ବାଜିଗଲା ପରେ ।।

ଆଦର୍ଶର ଦୀର୍ଘ ଇସ୍ତାହାର ସାମାଜିକ ଗଣମାଧ୍ୟମେ 

ସତେ ଆଧୁନିକ ଗାନ୍ଧୀ

ବାସ୍ତବରେ ବିପରୀତ

ପସନ୍ଦ ତା ଏକାନ୍ତବାସ ,

କିଏ କାଳେ ସମ୍ପର୍କ ଆଳରେ ମାଗିବ ସାହାଯ୍ୟ ।।

ଅଧା ପାକଳ ନିଦରାତି କରେ ଅଟ୍ଟହାସ୍ୟ

ଭୌତିକ ବସ୍ତୁର ମୋହାଚ୍ଛାନ୍ନେ କ୍ଷତାକ୍ତ ଆୟୁଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy