STORYMIRROR

Subrat Malik

Drama Tragedy Crime

3  

Subrat Malik

Drama Tragedy Crime

ଫେରାର ଈଶ୍ବର

ଫେରାର ଈଶ୍ବର

1 min
183


ସବୁଆଡେ ହାହାକାର

ମୃତ୍ୟୁର ତାଣ୍ଡବ

ଲୁହର ବନ୍ୟାରେ ଭାସେ ଗାଁ ଓ ସହର

ସର୍ବଂସହା ଛାତି ବି

କୋହେ ଥରହର

ଲାଗୁଛି ଚାଲିବ ଏଥର

ସଂସାରୀ ବିନା ସଂସାର

ଆସ୍ତିକ ନାସ୍ତିକ ଆଜି ହୋଇ ଏକ

ଖୋଜନ୍ତି ଈଶ୍ୱର

ମନ୍ଦିରଠୁ ମସଜିଦ

ଚର୍ଚ୍ଚଠୁ ଗୁରୁଦ୍ୱାର

ନାହିଁ କେଉଁଠାରେ ଚିହ୍ନବର୍ଣ୍ଣ 

ଅବା ପାଦଚିହ୍ନ

ହା ହତାଶ ଭିତରେ

ବିନା ମେଘେ ହୁଏ ବଜ୍ରପାତ

ଶୁନ୍ୟବାଣୀ ଶୁଭେ ଆକାଶରୁ

ନିଜ ଠିକଣା ବଦଳାଇ କେବେଠାରୁ

ଫେରାର ଅଛନ୍ତି ଈଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama