STORYMIRROR

Subrat Malik

Tragedy Action Fantasy

3  

Subrat Malik

Tragedy Action Fantasy

ଦୁଇ ଧାର ଲୁହ

ଦୁଇ ଧାର ଲୁହ

1 min
124

ଦୁଇ ଧାର ଲୁହ ବେଗେ ଝରିଗଲା ଦୁଇ ନୟନରୁ ଆଜି,ଜିତି ଯାଉଯାଉ ହାରିଗଲି ବୋଲିପ୍ରଥମ ପ୍ରେମର ବାଜି,ଏମିତି ଛଳନା କଲା ବଞ୍ଚି ଥାଉ ଥାଉ ଶବଟିଏ ଭାବିମୁହଁରେ ମୋ ନିଆଁ ଦେଲl ।


ଗାଆଁ ଡାକଵାଲା ଡାକି ଦେଇଗଲାସେ ଯେ ଦେଇଥିବା ଚିଠିଲେଖିଛି ସେଥିରେ କରିବା ପାଇଁକିଆମ ସମ୍ପର୍କର ଇତି,କରିଦେବ ମୋତେ କ୍ଷମା ପଛ କଥା ଭୁଲି ଜୀବନ ଜୀଇଁବଭୁଲ୍ ବୁଝିବନି ଜମା ।


ତା ସାଥେ କହିଛି ଏଇ ଫଗୁଣରେ ହୋଇଯିବ ବାହାଘର,ବର କାଳେ ଦିଶେ ରାଜର କୁମାରଧନର ସୌଦାଗର ,ମୋର ପାଖେ କିଛିନାହିଁ ଜାଣିଶୁଣି ନିଜ ସୁଖର ଭବିଷ୍ୟନଷ୍ଟ କରିବ ସେ କାହିଁ।


କାଲି ଯେଉଁ ପ୍ରେମ ଦେଉଥିଲା ମୋତେଥିଲା ଖାଲି ଅଭିନୟ,ବୁଝିଗଲା ପରେ ହରାଇ ବସିଲିପ୍ରେମିକର ପରିଚୟ,ମଧୁଶାଳା ଡାକେ ଆସ ତୁମରି ପରିକା କେତେ ଯେ ବିରହୀଭୁଲି ଦିନ ରାତି କି ଖରା ତାତିମୋ ଠାରେ କରନ୍ତି ବାସ।


ପ୍ରଥମ ଦେଖାରେ ପ୍ରେମିକାର ସ୍ଥାନଦେଇଥିଲି ହୋଇ ଖୁସି କଳଙ୍କିନୀ ସିଏ ସାଜିଲା ପ୍ରେମରେନିଜ ପାଖେ ହେଲି ଦୋଷୀ ଭାବେ ଏକା ଏକା ବସି ଆସିଲା ବୋଲିକି ସିଏ ଜୀବନରେଆପଣା ରାଇଜେ ହୋଇଗଲି ମୁହିଁଭିନ୍ନ ଏକ ପରଦେଶୀ ହଁ ଭିନ୍ନ ଏକ ପରଦେଶୀ।


Rate this content
Log in

Similar oriya poem from Tragedy