STORYMIRROR

subrat kumar jena

Tragedy

3  

subrat kumar jena

Tragedy

ଦି ଛକିରେ ଜୀବନ

ଦି ଛକିରେ ଜୀବନ

1 min
274

ଦିନେ ଆସିଥିଲା ଦୁଇଟି ମନର ଏକତ୍ରିକରଣରୁ

ଖେଳି ଥିଲା ବଢିଥିଲା ଦୁଇଟି ହାତକୁ ଧରି

ଗୁରୁଣ୍ଡି ଗୁରୁଣ୍ଡି ଚାଲିଶିଖିଲା ଦୁଇଟି ପାଦରେ

ସଳଖ ହୋଇଗଲାପରେ ଚିନ୍ତା ଖାଲି ଚିନ୍ତା

ଚିନ୍ତା ଦୁଇଟି ପକ୍ଷ ଲାଗି ନିରନ୍ତର ଭାବେ

ଗୋଟେ ନିଜ ଲାଗି ଆରଟି ନିଜ ଲୋକଙ୍କ ଲାଗି

ଆଉ ଏମିତି ବଢୁ ବଢୁ ଦିନେ ମିଳିଯାଏ ଆଉ ଗୋଟିଏ ମନ

ଗୋଟେ ମନର ମିଳନ ହୁଏ ଅନ୍ୟ ସାଥିରେ

ଚିନ୍ତାଗ୍ରସ୍ତ ହୁଏ ଜୀବନ ଆଗକୁ ବଢିବ ନା ଫେରିବ ପଛକୁ

ଗୋଟେ ପାଖେ ଆପଣାର ଲାଗୁଥିବା ମନଟି କଥା

ଆରପାଖେ ହର୍ତ୍ତା କର୍ତ୍ତା ଦଇବ ବିଧାତାଙ୍କ ନାଲି ଆଖି

କାଳେ କିଛି ଗୋଟେ ବଡ଼ ଭୁଲ ହୋଇଯିବ

ନା ସ୍ଥିର କରିହୁଏ ନା କାହାକୁ ଏଥିରେ ସାମିଲ କରି ହୁଏ

ପରିସ୍ଥିତିକୁ ମାଣିନେଲେ ସବୁକିଛି ଯଦି ଠିକ ଯାଏ

ତାହେଲେ ସବୁ ଠିକ ଯଦି ଗତିକରେ ବିପରୀତ ଦିଗରେ

ତେବେ କନ୍ଦାଏ ଜୀବନ ଦି ଛକରେ

ନା ମିଳନ୍ତି କେହି ପୋଛିବାକୁ ଲୁହର ଧାରକୁ

ନା ଜୀବନ ସମୟ ଦିଏ ଆଗକୁ ଦୃଢ଼ ନିଷ୍ପତି ନେବାକୁ

ନା ପଛକୁ ଫେରି ନିଜକୁ ଶେଷ କରିନେବାକୁ ନିଜ ଭିତରେ

ଜାଣେନା ଏମିତି ହରଡ଼ଘଣାରେ ପକାଏ ଜୀବନ

ଆଣିଦିଏ ସାମ୍ନାକୁ ଏମିତି କିଛି

ନିଷ୍ପତି ନେବାକୁ ହୁଏ କିଛି କଠୋର ଭାବେ

ବେଳେ ବେଳେ ଜନ୍ମଦାୟିନୀ ଆଉ ଜୀବନସାଥୀ ମଧ୍ୟରୁ ଜଣକୁ

କଣ କରିପାରିବ ବିଚରା ପରିସ୍ଥିତିର ଦାସ ମଣିଷ

ଦୁନିଆ ଆଗରେ କୁହାଯାଏ" କୁଳାଙ୍ଗର" ନହେଲେ"ନାପୁରୁଷ"...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy