STORYMIRROR

Bhakta Charan Sunani

Tragedy Inspirational

3  

Bhakta Charan Sunani

Tragedy Inspirational

ଗଛ

ଗଛ

1 min
382

ମୁଁ ତମକୁ

ଯେବେ ଯାହା ଦରକାର ହେଲା

ସବୁ ଦେଲି

ଫୁଲ, ଫଳ ଦେଲି

କାଠ, ଛାଇ ଦେଲି

ମୁକ୍ତ ଅମ୍ଳଜାନ ଦେଲି

ସୁନ୍ଦର ସବୁଜିମା ଦେଲି

ତମ ପାଇଁ

ମାଟିକୁ ଜାବୁଡି ଧରିଲି

ପବନର ବେଗକୁ ରୋକିଲି

ବର୍ଷାକୁ ଡାକିଲି

ଏତେ ପରେ ବି ତମକୁ ଦିଶିଲାନି

ପୁଣି ଟାଙ୍ଗିଆ ଧରି ମାରି ଚାଲିଲ

ଅହରହ ମୋ ଦେହରେ

ଚୋଟ ପରେ ଚୋଟ

ଏତେ ପରେ ବି ତମେ ବୁଝି ପାରିଲନି

ମୋ ଘନିଷ୍ଠ ବନ୍ଧୁତା

ମୋ ନିସ୍ବାର୍ଥ ସେବା

ମୋ ଅସୀମ ତ୍ଯାଗ

ଦେଇ ଚାଲିଛ ସତେଜ ଛାତି ତଳେ

ନିଆଁର ତତଲା ସ୍ପର୍ଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy