STORYMIRROR

Bhakta Charan Sunani

Abstract

3  

Bhakta Charan Sunani

Abstract

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
246

ଯେଉଁଦିନ ମୁଁ କାନ୍ଦୁଥିଲି

ଛଟପଟ ହୋଇ ଅସହ୍ୟ ଯନ୍ତ୍ରଣାରେ

ଏକା ସେ ଚାରି କାନ୍ଥ ଭିତରେ

ପରିବାର ଠାରୁ ଅନେକ ଦୂରେ

ନୂଆଁ କିଛି ଘଟିଥିଲା ମୋ ଜୀବନରେ

ବିଶ୍ବାସ ନ ହେଲେ ବି ସତରେ।

ଯିଏ ମୋ ପାଖରେ ଥିଲା

ସିଏ ମୋ ଠାରୁ ଦୂରେଇ ଗଲା

ଯିଏ ମୋ ଠାରୁ ଦୂରରେ ଥିଲା

ସିଏ ମୋ ପାଖରେ ଛିଡା ହେଲା

ବନ୍ଧୁ ବୋଲି ପଚାରିଲା

ମତେ ଉଠାଇଲା

ମୋ ଦୁଃଖରେ ସାମିଲ ହେଲା

ବର୍ଷାରେ ଭିଜିଭିଜି ବାଇକ୍ ରେ ମତେ

ଘରେ ଛାଡିଥିଲା

ସେଦିନ ହିଁ ବୁଝିଗଲି

ଅନେକ ବନ୍ଧୁଙ୍କ ଭିତରେ

ପ୍ରକୃତ ବନ୍ଧୁ କିଏ ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract