Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Charan Sunani

Tragedy

3  

Bhakta Charan Sunani

Tragedy

ଅଭିଶପ୍ତ ଶୈଶବ

ଅଭିଶପ୍ତ ଶୈଶବ

1 min
241


ଛୋଟ ଆଖିରେ ଭବିଷ୍ୟତ ଗଢିବାର

ବଡ ସ୍ବପ୍ନ,

ଛୋଟ ପାଦରେ ଅନେକ ବାଟ ଚାଲିବାର

ବଡ ଲକ୍ଷ୍ୟ ।

ଛୋଟ ମନରେ ଆକାଶର ଜହ୍ନକୁ ଛୁଇଁବାର

ବଡ ଇଚ୍ଛା,

ଛୋଟ ହୃଦୟରେ ହସ ଖୁସି ସାଉଁଟିବାର

ବଡ ଆଶା ।

ଜୀବନକୁ ବୁଝିବା ଆଗରୁ

ହଜିଯାଏ କେଉଁ ମୁହୂର୍ତ୍ତରେ

ଦୁଃଖ, ଅଭାବର

ଭୋକ, ଦାରିଦ୍ର୍ୟର ଗାଢ଼ ଅନ୍ଧାରେ ।

ଜାଣେନା ସେ

କାହିଁକି ଏମିତି ହୁଏ

ଖୋଜି ଖୋଜି ନିଜେ ନିଖୋଜ ହୋଇଯାଏ

ନିଃସଙ୍ଗ ନାଆଟେ ପରି

ବେସାହାରା ଦୁନିଆଁରେ।


Rate this content
Log in

Similar oriya poem from Tragedy