STORYMIRROR

Bhakta Charan Sunani

Abstract

2  

Bhakta Charan Sunani

Abstract

ବହି

ବହି

1 min
430

କେବେ ଗଳ୍ପ କେବେ କବିତାର

କେବେ ଗୀତ କେବେ କାହାଣୀର

ମଧୁର ସମ୍ଭାର

ସେଇତ ବହି

ଯାହାର ପ୍ରତିଟି ପୃଷ୍ଠାରୁ ଝରେ

କିଛି ରୋମାଞ୍ଚ

କିଛି ପ୍ରଣୟ

କିଛି କଲ୍ପନା

କିଛି ବାସ୍ତବ

କିଛି ଐତିହ୍ୟ

କିଛି ସଂସ୍କୃତିର ଅମୀୟ ନିର୍ଝର


ଗାଁରୁ ସହରଯାଏ

ପିଲାଠାରୁ ବୁଢାଯାଏ

ସବୁଠି ସେ ଆଦରଣୀୟ

ସବୁଠି ସେ ପରିଚିତ

ସଭିଙ୍କର ଅଭୁଲା ବନ୍ଧୁଟିଏ

ପୁଣି ସେ ଅସରନ୍ତି ଜ୍ଞାନର ଉତ୍ସ

ଗୋଟେ ଶିକ୍ଷିତ, ସାକ୍ଷର, ଉନ୍ନତ ସମାଜର

ଅନନ୍ଯ ବିକଳ୍ପ

ସ୍ବତନ୍ତ୍ର ପରିପ୍ରକାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract