ଜୀବନଡୋରୀ
ଜୀବନଡୋରୀ
ସ୍ୱାମୀ ନୁହେଁ ସାଥି ଖୋଜେ ମନ
ପତିଦେବ ନୁହେଁ ପାଗଳପ୍ରେମୀ ଲୋଡ଼େ ଯୌବନ
ଦେବତା ନୁହେଁ ସାଙ୍ଗ ଚାହେଁ ସବୁଦିନ ।
କିନ୍ତୁ ହୁଏ କିଛି ଏମିତି
ସକାଳୁ ସକାଳୁ ତାଙ୍କ ଡ଼ରରେ
ଉଠି ଚା' ବସାଏ ତରତରେ
ପରେ ମନ ପସନ୍ଦର ଜଳଖିଆ ପର୍ବ
ବଦଳୁଥାଏ ଦିନୁଦିନ ନୂଆ ମେନୁ ଅଥର୍ବ
କେବେ କହନ୍ତେ କି ସାଙ୍ଗ ପରି ?
ହେଇ ଶୁଣୁଛ
କପେ ଚା' ମିଳିବ କି ?
କୋହଲା ପାଗଟା .
ଅଦା-ଅଳେଇଚ ମିଶା ବନେଇବ କି ?
ସାଥିରେ ବସି ପିଅନ୍ତେ ପାଖାପାଖି
ହେବ କି?
ପାଦରେ ମୁଁ ପକ୍ଷୀରାଜ ଚଢି
କିଚେନ୍ କୁ ଯାଆନ୍ତି ଦଉଡି
ଅଳସ୍ୟକୁ ଝାଡିଝୁଡ଼ି
ଲାଜ ସରମକୁ କଚାଡ଼ି
ପଦ୍ମଫୁଲିଆ ପ୍ରଜାପତି ପରି
ଉଡିବୁଲନ୍ତି ଘୁରିବୁଲନ୍ତି
ହସପେଡି ଫୋପାଡି ।
କେତେ ଡରିବ ହୋ !
ଲୋକ ଲୋଚନକୁ ଡର
ଶାଶୁ ଶ୍ବଶୁର ଲାଗେ ଇତର
ତୁଣ୍ଡ ବାଇଦକୁ ଦୂରୁ ଜୁହାର
ଲୋକେ କ'ଣ କହିବେ
ସମାଜ କ'ଣ ଭାବିବ
କ'ଣ ପିନ୍ଧିବି
କେମିତି ଦିଶିବି ର
ଅଛିଣ୍ଡା ଅନ୍ଧ ଅର୍ଗଳି ତଳେ
ନିତି ବଳି ପଡ଼େ
ସ୍ତ୍ରୀ ଜୀବନଡୋର ।
ତାଙ୍କ ହିସାବରେ ବଂଚିବାକୁ ବାଧ୍ୟ
ତାଙ୍କ ସୁଖ ସଉକରେ
ପସନ୍ଦ ନା-ପସନ୍ଦରେ
ତର୍କ- ବିତର୍କରେ
ହିଁ ରେ ହଁ ରେ
ନାଁ ରେ ନାଁ ରେ
ତାଙ୍କ ଟାହି ଟାପରାରେ
କଟୁକ୍ତି ବିକ୍ରୋକ୍ତିରେ
ଆଦେଶନାମା ଶିରୋଧାର୍ଯ୍ୟ ସାଧ୍ଯ ।
ଏମିତି କ'ଣ କେବେ ହେବନି
ସାଙ୍ଗ ପରି କାନ୍ଧରେ ହାତ ରହିବିନି
ମୁଖରୁ ଅନ୍ତରଙ୍ଗତା ଝରିବନି
କି ସ୍ୱାଧୀନତାରେ ରୁହ ଖାଅ ଖୁଆଅ
କି ମନଫୁର୍ତ୍ତିରେ କୁହ ମିଶ ଗାଅ ଶୁଣାଅ
କି ହୃଦୟକ୍ଷେତରେ ଖୁସି ତ୍ୟାଗ ହସ ବୁଣୁଥାଅ ।