STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ମନରେ ଉଠୁଛି କୋହ

ମନରେ ଉଠୁଛି କୋହ

1 min
382

ଖୁସିଥିଲା ମନ ଝାଡ଼ଖଣ୍ଡ ହେଲା ବିହାରୁ ଅଲଗା ହୋଇ

ଭାବିଥିଲେ ଜନେ ଖୁସିରେ ରହିବେ

ମିଳିବ ସୁବିଧା ଭାଇ।


    ଗଲା ଖୁସି ଲିଭି ଝାଡ଼ଖଣ୍ଡ ରାଜ୍ୟେ

    ହୋଇଲେ ଓଡିଆ ହୀନ

    ଜନନୀର ଭାଷା ଶୁନ୍ୟ ହୋଇ ଗଲା

    ଶିକ୍ଷା ଓଡ଼ିଆର ଶୁନ୍ୟ।


ବିହାର ରାଜ୍ୟରେ ଓଡ଼ିଆ ଭାଷାର ଥିଲାହିଁ ଅତି ସମ୍ମାନ

ପ୍ରାରମ୍ଭି ଶିକ୍ଷାରୁ କଲେଜ ପର୍ଯ୍ୟନ୍ତ

ବହି ଥିଲା ଆୟୋଜନ।


    ବହି ନମିଳେଟି ଝାଡ଼ଖଣ୍ଡ ରାଜ୍ୟେ

     ନମିଳେ ଭାଷା ସମ୍ମାନ

     ଓଡ଼ିଆ ଜନଙ୍କ ଆଦର ହି ନାହିଁ

     ନାହିହଁ ଭାଷାର ମାନ।


ଶିକ୍ଷକ ଓଡ଼ିଆ ବିହାର ରାଜ୍ୟରେ ଥିଲେ ସବୁ ଶ୍ରେଣୀ ପାଇଁ

ଓଡ଼ିଆର ଶିକ୍ଷା ଓଡ଼ିଆ ପିଲାଙ୍କୁ

ମିଳୁ ଥିଲା ତହିଁ ପାଇଁ।


      ରାଜ୍ୟ ଝାଡ଼ଖଣ୍ଡେ ନାହାଁନ୍ତି ଶିକ୍ଷକ

      ଓଡ଼ିଆ ଶିକ୍ଷାର ପାଇଁ

      କରନ୍ତି ରୋଦନ ଓଡିଆ ଭାଷୀ ହିଁ

      ମାତୃଭାଷା ଶିକ୍ଷା ପାଇଁ।


ରାଜଧର୍ମ ନାହିଁ ନାହିଁ ହିଁ ବିଚାର ନାହିଁ ରାଜ୍ୟେ ସମଭାବ

ଶିକ୍ଷା ଅଧିକାରୁ ବଞ୍ଚିତ କରନ୍ତି

କିପରି କପଟ ଭାବ ।


    ଉତ୍କଳ ବିଚ୍ଛନ୍ନା ଭୂମି ସିଂହଭୂମି

    କାନ୍ଦୁ ଅଛି ଆର୍ତ୍ତନାଦେ,

    ନଶୁଭେ ରୋଦନ କାହାରି କର୍ଣ୍ଣରେ

     ଚିନ୍ତିତ ଚିନ୍ତାର ନାଦେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy