STORYMIRROR

Kali Kumar

Abstract Tragedy Classics

3  

Kali Kumar

Abstract Tragedy Classics

ବିରହୀର ଚିଠି

ବିରହୀର ଚିଠି

1 min
234

ଦୂରୁ ବହୁ ଦୂରୁ ପ୍ରାଣ ପ୍ରିୟା ମୋର

ଲେଖୁଛି ସହୃଦେ ଚିଠି,

ସସ୍ନେହେ ଘେନିବ ପ୍ରଣୟକୁ ମୋର

ହୃଦୟ ପ୍ରଦେଶୁ ପ୍ରୀତି ।୧।

ଚିଠିର ସ୍ୱରୂପେ ପ୍ରେରଣ କରୁଛି

ଭାବ-ସ୍ନେହ-ପ୍ରୀତି-ଶ୍ରଦ୍ଧା,

ସାକ୍ଷାତ ପାଇଁ କି ସମୟ ହେଉନି

ଦୂରତା ସାଜିଛି ବାଧା ।୨।

ତୁମ ବିରହକୁ କେମିତି ବର୍ଣ୍ଣିବି 

ଶବ୍ଦ ଜମା ପାଏ ନାହିଁ,

ସ୍ମୃତିର ସାନିଧ୍ୟେ ଜୀବନ ଧରିଛି

ଅବସନ୍ନ ପ୍ରାଣ ନେଇ ।୩।

ନୀଳ ଆକାଶର ନୀଳ ଜହ୍ନ ପାଇଁ

କଇଁ ଝୁରିହୁଏ ଯେତେ,

ତୁମ ବିରହରେ ତୁମ ସାନିଧ୍ୟକୁ

ମୁଁ ଝୁରିହୁଏ ସେତେ ।୪।

ଶର୍ବରୀ ଅନ୍ଧାରେ ହୃଦୟ ପିଣ୍ଡାରେ

ବିରହୀର ମନ ନେଇ,

ଆକାଶ ଛାତିରେ ତାରା ଗଣି ଗଣି

ରଜନୀ ମୋ ଯାଏ ପାହି ।୫।

ଭାବନା ମିଶ୍ରିତ ଅଶ୍ରୁଳ ନୟନେ

ବସା ବାନ୍ଧେ ଯେତେ ସ୍ୱପ୍ନ,

ପ୍ରତିଟି ସ୍ୱପ୍ନରେ ପ୍ରତିଟି ବସାରେ

ଖାଲି ତୁମ ସ୍ମୃତି ଚିହ୍ନ ।୬।

ତୁମରି ବିରହେ ଅସହ୍ୟ ହେଲାଣି

ମାସ-ବର୍ଷ-ଦିନ-ରାତି

ବିରହୀ ପ୍ରାଣରେ ଦୁର୍ବିଶ ଲାଗଇ

ସମୟର ଶକ୍ତ ଲାଠି ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract