STORYMIRROR

Samita Swain

Tragedy

3  

Samita Swain

Tragedy

ଭାବଭୂମି

ଭାବଭୂମି

1 min
268

ନିଜକୁ ନିଜେ ମୁଁ ସମର୍ପଣ କଲି 

   ତୁମ ପାଦତଳେ ପ୍ରଭୁ

ଭାବନାକୁ ମୋର ଭାବ ନୈବେଦ୍ଯରେ 

    ଅର୍ପଣ କରୁଛି ବିଭୁ ।।


କାବ୍ୟ ଭୂମିରେ ମୁଁ ରୋପିଥିଲି ଚାରା

     ପ୍ରସ୍ଫୁଟିତ ହେବା ପାଇଁ 

ଅମଡା ବାଟରେ କାଳ କଣ୍ଟକିତ 

    ଅଧାବାଟେ ଗଲା ରହି।।


ଅର୍ଦ୍ଧ ପ୍ରସ୍ଫୁଟିତ ଆକୁଳିତ ମନେ

    ଆତ୍ମା ମୋର ଅନୁଭବି

ମରୁ ପ୍ରାନ୍ତରର କୁହୁଡିରେ ଭିଜି 

    ଚାଲୁଛି ମୁଁ ଭାବିଭାବି ।।


ମୁଁ ନୁହେଁ ମୋର ହେ ପରମେଶ୍ବର 

   ଅପରିମେୟ ଅବ୍ଯକ୍ତ 

କେମିତି କହିବି ନୂଆ କି ନିଆରା

   ମୋ ଭାବନା ବାଧା ପ୍ରାପ୍ତ ।।


ଜଳକା ଜହ୍ନଟେ ହୋଇ ରହିଛି ମୁଁ 

   ଖାଲି ଶୂନ୍ଯତାକୁ ଚାହିଁ 

ମନଶ୍ଚକ୍ଷୁରେ ମୋ ସ୍ବପ୍ନକଳ୍ପ ନେଇ 

   ଚଉତୁଛି ନିଜ ପାଇଁ ।।


ସ୍ପନ୍ଦନରେ ମୋର ଶୁଭେ ଅନ୍ତସ୍ବର 

   ଭୂମାୟିତ ଭୂମିପରେ

ଶରତ ଋତୁର ଧଳାମେଘ ପରି 

   ସାନ୍ତ୍ବନା ଭରା ସଂଧ୍ୟାରେ।।


ମରୁଦୁର୍ବା ପରି ନିଦାଘେ ବଞ୍ଚିଛି 

   ମୋପ୍ରିୟ ଶବ୍ଦର ସ୍ବରେ

ଅକଳ୍ପନୀୟ ସେ ଭାବର କୈବଲ୍ଯ 

  ଭାବାତୀତ ଭାବନାରେ ।।


ମଗ୍ନ ଚେତନରେ ସୁତ୍ରର ସ୍ବରୂପ 

   ଅଖିଳ ବ୍ରହ୍ମାଣ୍ଡସ୍ଥିତ

ହେ ପୁରୁଷୋତ୍ତମ ନିଳାମ୍ବୁଚର୍ଚ୍ଚିତ 

   ତୁମେ ମୋର ପ୍ରତୀକ୍ଷିତ ।।

       

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy