କବିତା
କବିତା
ଶବ୍ଦରେ ଶବ୍ଦରେ କବିତା ଛନ୍ଦରେ
ଲେଖିଦିଏ ମନକଥା,
ଲେଖନୀ ସାଜିଛି ସାଥୀ ମୋ ଜୀବନେ
ହରିନିଏ କିଛି ବ୍ୟଥା।।
ସ୍ମୃତି ଅଗଣାରେ ଭାସି ବୁଲେ ଯେବେ
କବିତା ସାଜେ ମୋ ମିତ,
ଯନ୍ତ୍ରଣାରେ ଯେବେ ଛଟପଟ ହୁଏ
ଧରିନିଏ ସେ ମୋ ହାତ।।
ଛଳନା କରିଛି ନିଜର ମଣିଷ
କରି ତ ଦେଇଛି ଏକା
ଏକାକୀ ଜୀବନେ ସାହାରା କବିତା
ଦେଉ ନାହିଁ କେବେ ଧୋକା।।
କିଏ ସେ ବୁଝିବ ମନ ତଳ ଦୁଃଖ
ନିଜର ବୁଝିଲା ନାହିଁ,
ଭଙ୍ଗା ହୃଦୟର କବିତା ସାରଥୀ
ଏମିତି ସାଥି କେ ନାହିଁ।।