STORYMIRROR

Goutam Mohanty

Romance Tragedy

3  

Goutam Mohanty

Romance Tragedy

କବିତା

କବିତା

1 min
209


ଶବ୍ଦରେ ଶବ୍ଦରେ   କବିତା ଛନ୍ଦରେ

      ଲେଖିଦିଏ ମନକଥା,

ଲେଖନୀ ସାଜିଛି ସାଥୀ ମୋ ଜୀବନେ

    ହରିନିଏ କିଛି ବ୍ୟଥା।।


ସ୍ମୃତି ଅଗଣାରେ ଭାସି ବୁଲେ ଯେବେ

   କବିତା ସାଜେ ମୋ ମିତ,

ଯନ୍ତ୍ରଣାରେ ଯେବେ   ଛଟପଟ ହୁଏ

  ଧରିନିଏ ସେ ମୋ ହାତ।।


ଛଳନା କରିଛି      ନିଜର ମଣିଷ

     କରି ତ ଦେଇଛି ଏକା

ଏକାକୀ ଜୀବନେ  ସାହାରା କବିତା

    ଦେଉ ନାହିଁ କେବେ ଧୋକା।।


କିଏ ସେ ବୁଝିବ    ମନ ତଳ ଦୁଃଖ

    ନିଜର ବୁଝିଲା ନାହିଁ,

ଭଙ୍ଗା ହୃଦୟର    କବିତା ସାରଥୀ

    ଏମିତି ସାଥି କେ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance