STORYMIRROR

Kali Kumar

Romance Tragedy

3  

Kali Kumar

Romance Tragedy

ଏକା ଏକା

ଏକା ଏକା

1 min
232

ଆଜିକାଲି ଆଉ ଏକା ଏକା

ଲାଗେ ନାହିଁ,

ଭାବିଥିଲି ତୁମେ ଗଲା ପରେ

ବୋଧେ ମୁଁ ବଞ୍ଚିବା ଭୁଲି ଯିବି ।।

ନା, କିନ୍ତୁ ମୁଁ ଏଯାଏଁ ବଞ୍ଚିବା ଭୁଲି ନାହିଁ

ତୁମ ସ୍ମୃତି ପକ୍ଷୀଟିର କିଚିରି ମିଚିରି ଶବ୍ଦରେ

ମୋ ନିରବତାରେ କୋଳାହଳ ଭରି ଦିଏ

ଆହ୍ଲାଦିତ କରାଇ ଦିଏ

ହସାଏ-ରସାଇ

ଆଉ ବେଳେ ବେଳେ

ସମୟ କ୍ରମେ

ଆଖି ଛଳଛଳ କରାଇ ଦିଏ

ତୁମ ଉପସ୍ଥିତକୁ, ଅଦୃଶ୍ୟରେ ଅନୁଭବ କରାଇ

ଆଜିକାଲି ଆଉ ଏକା ଏକା ଲାଗେ ନାହିଁ ।।

ତୁମ ସ୍ମୃତି

ଚପଳା ପରି ଚଂଚଳେ ଆସି

ଆତିଥ୍ୟ ପରଶୁ ପରଶୁ

କେଜାଣି କାହିଁକି କି ବ୍ୟସ୍ତତା ଯେ ତା'ର

କ୍ଷଣିକେ ମଧ୍ୟ ଅପେକ୍ଷା କରେ ନାହିଁ

ଏଇ !

ଆଜିକାଲି ଆଉ ଏକା ଏକା ଲାଗେ ନାହିଁ ।।

ସେଦିନର କଥା

ସଂଜର ବଢ଼ିଲା ଛାତିରେ

ତାରା ମିଟିମିଟି ନିଶାରେ

ଝିଙ୍କାରୀର ବର୍ଦ୍ଧିତ ଡାକରେ

ଲାଗିଲା ! ତୁମେ ଆସିଛ ବୋଲି

କବାଟ ଖୋଲି ଦେଖେ ତ,

ତୁମେ ନାହଁ, ଫେରି ଯାଇଛ;

ସ୍ମୃତିର କେତୋଟି ପାଦଚିହ୍ନ ଥୋଇ

ଏଇ !

ସତରେ ଆଜିକାଲି ଆଉ ଏକା ଏକା ଲାଗେ ନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance