STORYMIRROR

ABADHOOT PANDA

Tragedy

3  

ABADHOOT PANDA

Tragedy

ଏକ ଅଶାନ୍ତ ପ୍ରାଣର ଭାବ ପ୍ରକାଶ

ଏକ ଅଶାନ୍ତ ପ୍ରାଣର ଭାବ ପ୍ରକାଶ

1 min
210


ହେ ଦିବଂଗତ ମାତୃଭୂମିପ୍ରେମୀ ସୁଭାଷ ସ୍ୱର୍ଗରେ ଥାଇ ଟିକେ ମର୍ତ୍ତ୍ୟ ଉପରେ କରନ୍ତୁ ଆପଣଙ୍କ ଶୁଭ ଦୃଷ୍ଟି ନିକ୍ଷେପ l

କରନ୍ତୁ କର୍ଣ୍ଣପାତ ନିଷ୍ପେସିତ ଆଉ ଦଳିତ ବସୁମାତା ସନ୍ତାନ ଗଣଙ୍କ ଆର୍ତ୍ତପୂର୍ଣ୍ଣ ଶୋକପୂର୍ଣ୍ଣ କ୍ରନ୍ଦନ ଆର୍ଯ୍ୟଭୂମିର ଅସଲି ପ୍ରଦୀପ |


ପୋଷିଥିଲେ କେତେ ଆଶା ରଖିଥିଲେ କେତେ ଆସ୍ଥା ସେମାନେ ଆପଣଙ୍କ କର୍ତ୍ତ୍ତୃତ୍ବ ଉପରେ ସ୍ଥାପନ କରିବାକୁ ରାମରାଜ୍ୟ ଲିଭାଇ ମାତାର ଅଶ୍ରୁ ଛାପ l

ହେଲାପରେ ସେ କାରାମୁକ୍ତ ଅନାର୍ଯ୍ୟ ଫିରିଙ୍ଗି କବଳୁ ଆପଣଙ୍କ ବାହୁ ବଳେ ଆଉ ଦିଲ୍ଲୀ ଚଲୋ ଡାକରାରେ ନିର୍ବିକାର ଚିତ୍ତେ ନିର୍ବାପିତ କରିବାକୁ ସତୃଷ୍ନା ସ୍ୱନୟନ ଅଶ୍ରୁ ଆପଣଙ୍କ ଦର୍ଶନେ ସୁଚିତ୍ତେ ଓ ତୃପ୍ତ କରିବାକୁ ମାତା ତାର ମୁକ୍ତ କବରୀର ତାପ l


ତଥା ରାଜାଭିଷେକ ପାଳନେ ଆପଣଙ୍କ ପ୍ରତିଷ୍ଠା ଐତିହାସିକ କିମ୍ବଦନ୍ତୀ ରଚୟିତା ହସ୍ତିନାପୁର ରାଜ ସିଂହାସନେ ସଗର୍ବେ l

କିନ୍ତୁ ହାଏ ବାମ ହେଲା କପାଳ ଭାରତମାତାର ହରାଇ ହୀରକ ସଦୃଶ ଜାଜ୍ୱଲ୍ୟମାନ ବିଶ୍ୱପତି ପ୍ରଜାବତ୍ସଳ ସାମ୍ୟବାଦୀ ଭବେ |


ଚାଲିଗଲେ ମାତାର ଅରାତି ରଂଗାୟିତ କରି ତାର ବକ୍ଷଦେଶ ସ୍ୱସନ୍ତାନ ରୁଧିରେ,ଅପ୍ରାପ୍ୟ ହେଲା ଏକ ପୂର୍ଣ ବସନ ଆଚ୍ଛାଦିତ,

କରିବାର୍ଥେ ରୁଧିରରଞ୍ଜିତ ପୁଣ୍ୟତୋୟା ମାତୃ କଳେବର କୋଳ,

ଅପ୍ରାପ୍ୟ ହେଲେ ସୁଯୋଗ୍ୟ ସନ୍ତାନ ରକ୍ଷାର୍ଥେ ମାତାର ଲାଜମହତ l


ହସ୍ତିନାପୁର ଇନ୍ଦ୍ରପ୍ରସ୍ଥ ସିଂହାସନ ପଡ଼ିଲା ମୁକୁଳା ସୁସନ୍ତାନ ଶାସକ ଅଭାବେ ଆଉ ସେମାନଙ୍କ ମଧ୍ୟେ ଭଗାରୀ ସଂଗ୍ରାମେ ଅବିରତେ l

କଳେ ବଳେ କୌଶଳେ କରିଲେ ଦଖଲ ଲଙ୍ଘି ରଣନୀତି ଆଦର୍ଶ

ଆର୍ଯ୍ୟାବର୍ତ୍ତର ଗୁଣ ଢଙ୍କା ହେଲା କାଳିମାରଞ୍ଜିତ ବସ୍ତ୍ରେ ସ୍ୱମାତେ 


ମହାତ୍ମା ନିଧନେ ହେଲାନି ପ୍ରଶମିତ ସ୍ୱଜାତି ହିଂସକ କୁଚିତ୍ତ ତିଳେ |

ବସିଲେ ଦେଶମାତୃକା ସିଂହାସନେ ଲଭି ପ୍ରତିଷ୍ଠା କଳେବଳେଛଳେl

ଅଦ୍ୟାବଧି ଚାଲିଛି ଦେବଭୂମେ ଏକ କିମ୍ଭୁତ କିମାକାର ଶାସନ

ପରାର୍ଦ୍ଧ ପରାର୍ଦ୍ଧ ଶୋକାକୁଳ ଶାନ୍ତିପ୍ରିୟ ନୀତିଜ୍ଞ ପ୍ରଜାଙ୍କର ଅଶ୍ରୁରେ l


ଛଷ୍ଠ ଦଶନ୍ଧି ବିଦାୟ ରଜନୀ ଫିରିଙ୍ଗିଙ୍କ ଗଲାଣି ବିତି ଅଦ୍ୟାବଧି

ତଥାପି ସନ୍ତୁଷ୍ଟି ଆଉ ଏକତା ପାରେନା ବସାବାନ୍ଧି ଜନତାଙ୍କ ପ୍ରାଣେ

ବୃଥା କାଳ୍ପନିକ ସ୍ୱାଧୀନତା କରନ୍ତି ଉପଭୋଗ ଉପମହାଦେଶ ବାସୀ ନିଜନିଜକୁ ମଣି ଭାଗ୍ୟବାନ,କେବେ ଆସିବ ସୁରାଜକତା ଭାରତେ 

ଅପସରି ଅରାଜକତା ଦିବାସ୍ବପ୍ନ,ଏକା ମାତାମନ ଜାଣେ l

            


Rate this content
Log in

Similar oriya poem from Tragedy