STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଆମା ମାତ୍ରୁଭାଷା ଓଡିଆ ମୋର

ଆମା ମାତ୍ରୁଭାଷା ଓଡିଆ ମୋର

1 min
226


ଭାଷା ଭାଷା ରାବ୍ ବହୁ ଦିନ ହେଲା

ଦୂରରୁ ଶୁଣୁଛି ମୁହଁ

ବିଚ୍ଛିନ୍ନାଚଳ ରେ ପବନ ଆଣୁଛି

ନିକଟରେ କେହି ନାହିଁ ।୧।

ଗର୍ଭେ ଧରିଅଛ ଶତ ପରାକ୍ରମ

ଡାକିଲେ ସୁଣନ୍ତି ନାହିଁ

ବିଚ୍ଛିନ୍ନାଚଳରେ ରାବ୍ ଶୁଣୁଅଛି

ଭାଷା ପ୍ରେମୀ ଗଲେ କାହିଁ ।୨।

ନୀଳାଚଳ ପୁତ୍ର ନୀଳାଚଳ ଧାମେ

ଉଡାନ୍ତି ଭାଷାର ଧ୍ବଜା

ସମସ୍ତ ଜନଙ୍କୁ କଳେ ବସାଇଲେ

ଭେଦ ନାହିଁ ଜନ ପ୍ରଜା ।୩।

ଜଗନ୍ନାଥ ପୁରୀ ଜଗତ ଘୋଷୁଛି

ଓଡ଼ିଆ ପୁତ୍ରଙ୍କ ଯଶ

ତାଙ୍କରି ବଂଶଜ ଘୄଣିତ ଓଡ଼ିଆ

ବିଚ୍ଛିନ୍ନାଚଳର ଦୋଷ ।୪।

ବହୁତ କାଳରୁ କ୍ରନ୍ଦନ କରୁଛି

ଭାଷା ବିହୁନ ସେ ହୋଇ

ଓଡ଼ିଆ ସନ୍ତାନ କତିକି ଆସିଲେ

ଦୁଃଖ ଦୂର ହେବ ଭାଇ ।୫।

ନାହିଁ ମୋର ମାନ ନାହିଁ ମୋର ଧନ

ଶରୀରେ ଲାଗିଛି ଧୂଳି

ପ୍ରେମ ଭକ୍ତି ଭରେ ଡାକୁଛି ତାହାକୁ

ଭାଷା ଧୂଳି ଦିଅ ବଳି ।୬।

ତବ ଭକ୍ତି ବଳେ ବୁଦ୍ଧିର କୌଶଳ

ଜାଗି ଉଠୁ ଏହି ଠାରେ

ଜାଗନ୍ତୁ ଓଡ଼ିଆ ଜାଗି ଉଠୁ ଭାଷା

ଓଡ଼ିଆ ପୁଅ କୄପାରେ ।୭।

ଭାଷା ଭାଷା ରାବ୍ ବହୁ ଦିନ ହେଲା

ଦୂରରୁ ଶୁଣୁଛି ମୁହିଁ

ବିଚ୍ଛିନ୍ନାଚଳ ରେ ପବନ ଆଣୁଛି

ନିକଟରେ କେହି ନାହିଁ ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy