ତୁମକୁ ଚାହିଁ ପାହିଲା ରାତି
ତୁମକୁ ଚାହିଁ ପାହିଲା ରାତି
କେବେ ଆସିବ ମୋ ଦୁଆରକୁ ବନ୍ଧୁ
ଚାହିଁଛି ତୁମରି ପଥ
କହି ଯାଇଥିଲ ସଜାଇ ଆଣିବି
ତୋ ପାଇଁ ସୁହାଗ ରଥ ।
ହୃଦୟ ବଗିଚା ଶୁଖିଲାଣି ବନ୍ଧୁ
ନପାଇ ସ୍ନେହର ଜଳ
ଯେଉଁ ବାଗ ତୁୁୁମେ ଗଢି ଥିଲ ସୁଖେ
ଆଜି ଯେହ୍ନେ ମରୁୁସ୍ଥଳ ।
ମୋ ହସକୁୁ ତୁୁୁମେ କହୁଥିଲ ପରା
ବଉଳ ଫୁଲର ହସ
ମୋ ଚାଲିିିକୁୁ ତୁମେ ଅଧିରରେ କୁୁହ
ଯମୁନା କରିଛି ବାସ ।
ସବୁ କଥା କିବା ମନୁ ଭୁଲିଗଲ
ଏହି କି ତୁମର ସ୍ନେହ
ମୋ ନୀଳ ଆଖିରେ ଆକର୍ଷଣ ନାହିଁ
ବାନ୍ଧିବାକୁ ତୁମେ କୁୁହ ।
ପାଶେ ବସି ଦିିିନେ କହୁଥିଲ ପରା
ଆମ ଦୁହିଁଙ୍କର ଯୋଡ଼ି
ହୀରା ଲୀଳା ଖଞ୍ଜି ସାତ ରଙ୍ଗ ବୋଳି
ବିଧାତା ଦେଇଛି ଛାଡି ।
ସେ ବଚନ ତୁମେ ପାଶୋରି ଦେଇଛ
ଭାବି ନେଲ ମୋତେ ପର
ମୋ ଲାଜରେ କିିିବା ମଲ୍ଲୀ ବାସ ନାହିଁ
ଦେବା ପାଇଁ ଉପହାର ।
ତୁମ ହୃଦୟର ପ୍ରୀତି ସୁହାଗିନୀ
ଚାହିଁ ବସିଛି ମୁଁ ତୁମେ
କାନିରେ ବାନ୍ଧିଛି ମଳୟ ବସନ୍ତ
ଭିଜିବାକୁ ଦୁଇ ଜଣେ ।

