କିଏ ଆଜି ନିଜର
କିଏ ଆଜି ନିଜର
ଭାବନା ଦୁଆର ଖୋଲି ମୁଁ ଦେଖିଲି
ଜୀବନଟା ଅନ୍ଧକାର
ମନ ଦରପଣେ ପ୍ରତିବିିମ୍ବ ଫୁୁୁଟେ
ଲାଗେ ସତେ ହାହାକାର ।
ଜନନୀ ଜଠରୁ ସୌଭାଗ୍ୟେ ଜନମେ
ପ୍ରଥମ ସନ୍ତାନ ରୂପେ
ଦିତୀୟ ବୀଜର ସଂସ୍ଥାପନ ପରେ
ଅନାଦାର ପ୍ରାଣେ ଲେପ ।
ମନ ଚାହୁଁ ଥିବ ମା'ର ଉଷ୍ମତା
ବାଧକ ଅନୁଜ ଭାଗ
ଶକ୍ତି ସାମର୍ଥ ତ ନିିିଜର ନୁହଁନ୍ତି
କାହିଁ ପାଇଁ ଅନୁୁୁରାଗ ।
ଅନ୍ତର କଥାକୁ ପ୍ରକାଶ ନକରି
ବିତି ଯାଏ ଦୀର୍ଘ ଦିନ
ଅର୍ଦ୍ଧାଙ୍ଗିନୀ ଭାବେ ଯାହାକୁୁ ଆଣିଲି
କେତେ ବୁୁଝିବ ସେ ମନ ।
ଜଞ୍ଜାଳ ଚକଟେ ଚଉଦିଗ ଘେରି
ଛନ୍ଦେ ପରିବାର ମୋହ
ତନୁ ଭାରାକ୍ରାନ୍ତ ମନ ପରିଶ୍ରାନ୍ତ
ସେ କେବେ ଜାଣିବ କୋହ ।
ଧିରେ ଧିରେ ଆସେ ସନ୍ତାନ ବ୍ୟସ୍ତତା
କେବେ ଲଗ୍ନ ମଧୁମୟ
କେବେ ବିିିଭାଜନ କେବେ ସମାଧାନ
କଣ୍ଠ ଲୋଡୁ ଥାଏ ପୟ ।
ଅସ୍ତ ହୋଇ ଯାଏ ଜୀବନ ପ୍ରଦୀପ
ଦଲକାଏ ଅଗ୍ନି ଦେଇ
ବନ୍ଧୁ ପରିଜନ ଯେହ୍ନେ ଦୂର ଜହ୍ନ
ଆପଣାର କେହି ନାହିଁ ।