କୁସୁମ ବିଳାପ
କୁସୁମ ବିଳାପ
କେଉଁ ଜୀବନକୁ ଗଢି ଦେଲ ପ୍ରଭୁ
ଯା ପାଇଁ ପାଉଛି ଦୁଃଖ
ଡାଲିଆ ନାମରେ ରହିଲି ସୃଷ୍ଟିିିରେ
ଚେନାଏ ନାହିଁ ମୋ ସୁୁଖ ।
ରଜନୀ ସାରା ମୁଁ ହାଡ଼ ଭଙ୍ଗା ଶୀତେ
ହେଉ ଥାଏ ଥରହର
ବାଗ ଉପବନ ସୁଶୋଭିତ କରେ
ଏହି କି ସୌଭାଗ୍ୟ ମୋର ।
ନିତି ପ୍ରତିଦିନ ଲୋଡ଼େ ମୋର ମନ
ତୁମରି ଚରଣ ସ୍ପର୍ଶ
ଭକତିରେ କିବା ରହି ଗଲା ତୃଟି
ବହିିଛ ମୋ ଠାରେ ରୋଷ ।
ପର ଉପକାରେ ଉତ୍ସର୍ଗ କରିିିନି
କୁସୁମ ଜୀବନ ଧିକ
ବିବାହ ଉତ୍ସବ କିିିବା ହୋମ ଯଜ୍ଞ
ଗ୍ରହଣ କଲେନି ଲୋକ ।
ଅତୀତ ସୁନ୍ଦର ଗଠନ ମୋହର
ପୁଣି ସାତ ରଙ୍ଗ ବୋଳା
ସବୁ କିଛି ଲାଗେ ମୂଲ୍ୟ ହୀନ ଆଜି
ତୁମ ବିିିନା ଚକାଡୋଳା ।
ରୂପ ତ ଅତିଥି ନାହିଁ ତାର ସ୍ଥିତି
ଗୁଣ ରୁୁୁହେ ଚିର ଦିିନ
ଯେବଣ ପଦାର୍ଥ ହିିିତକର ନୁହେଁ
ସିଏ କି ତୋଷିବ ମନ ।
ଏତିକି ଆଶା ମୁଁ କରେ ଜଗନ୍ନାଥ
ମର୍ତ୍ତ୍ୟ ମଣ୍ଡଳରେ ଥାଇ
ତୋଳି ଦିଅ ମୋତେ ଦୁର୍ବାଦଳ ପ୍ରାଣ
ଚରଣ ସେବିବି ଯାଇ ।
