STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ସନ୍ଦେହ

ସନ୍ଦେହ

1 min
182


(ପୃଷ୍ଠଭୂମି: ଜୀବନରେ ଏମିତି ଅନେକ ମୋଡ ଆସେ ସବୁ ମୋଡରେ ଯେ ତୁମ ସାଂଗରେ ସବୁବେଳେ କିଏ ରହିବ ତାର କୌଣସି ନିଶ୍ଚିତତା ନାହିଁ। ସେମିତି ମୋ ସାଂଗରେ ବି ଘଟିଛି ,କେହି ମୋର ନିଜର ହେଇକି ବି ନିଜର ନୁହେଁ ,ପାଖରେ ଥାଇକି ବି ଦୁରତାର ସୀମା ବହୁତ୍ ଅଧିକ। ଏଭଳି ମୁହୂର୍ତ୍ତରେ ହୃଦୟରୁ କିଛି ଭାଷା ଆପେ ଆପେ ଚାଲି ଆସେ ,ଆଉ ସେ ସବୁ ସମ୍ନାକୁ ଆସେ ଗୋଟେ ମାଧ୍ୟମରେ ଠିକ ସେହିପରି ମୋ ମନର କିଛି କଥା ଆଜି କବିତା ଅକାରରେ ଚାଲି ଆସିଛି ଆପଣଙ୍କ ସାମନାରେ। କବିତାକୁ ପଢି ଆପଣଙ୍କ ମତ ପ୍ରଦାନ କରିବେ।


ସନ୍ଦେହଟା ଏକ ପ୍ରତାରକ ପ୍ରେମୀ 

   ପ୍ରତାରଣା କରିଯାଏ

ଝୁରି ହୁଏ ମନ ପ୍ରେମିକାଟେ ସାଜି

  କାହିଁକି ସେ ଭଲପାଏ ।।


କ୍ଷମା ମାଗିନେବି ଭୁଲ୍ କରିଥିଲେ

   ସନ୍ଦେହ ରହିବ ଦୂରେ

ମୋ ଠାରୁ ଅଧିକ କାହାକୁ ଚାହିଁଲେ

   ମୋ ମନ କି ସହି ପରେ ।।


ଭୁଲ୍ ବୁଝିବନି ଯଦି କେବେ ମୁହିଁ   

    ସନ୍ଦେହ ତୁମକୁ କରେ 

ମନ ଭିତରେ ତ ଯେତେ ଅଛି ନିଆଁ 

   ମୋ ମନ ହିଁ ବୁଝିପାରେ ।।


ସନ୍ଦେହ କଲେବି ଛାଡିବିନି ହାତ

   ମନେ ରଖିବ ଏ କଥା 

ଭଲ ପାଉ ଅଛି ଭଲ ପାଉ ଥିବି

   ନେବନି କେବେ ଅନ୍ୟଥା ।।


ଜୀବନ ଯୋଗରେ ହଜାରେ ମଣିଷ

    ସଭିଏଁ ନୁହେଁ ସମାନ

ନିଜ ସଂସାରକୁ ନିଜେ ସମ୍ଭାଳିଲେ

   ହେବା ନାହିଁ ହୀନୀମାନ ।।


ପତି ପତ୍ନୀ ମଧ୍ୟେ ମଧୁର ସମ୍ପର୍କେ

    ବିଶ୍ୱାସ ସର୍ବଦା ଭଲ

ଟିକିଏ ସନ୍ଦେହ ଜାଳି ପୋଡି ଦିଏ

   ସମ୍ପର୍କର ସବୁ ମୂଲ ।।


ସମ୍ପର୍କ ମଧ୍ୟରେ ମତାନ୍ତର ହେଉ 

    କିନ୍ତୁ ମନାନ୍ତର ନୁହେଁ 

ଏ ସବୁ ହେଜିଲେ ଦୂନିଆ ହାଟରେ

   ଶାନ୍ତିରେ ରହିବେ ସଭେଁ ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy