STORYMIRROR

DEEPAK KUMAR PATRA

Tragedy

3  

DEEPAK KUMAR PATRA

Tragedy

ନିଃସଙ୍ଗତା

ନିଃସଙ୍ଗତା

1 min
203

ମଣିଷ ଜୀବନରେ ବେଳେବେଳେ 

ଏପରି ନିଃସଙ୍ଗତା ମାଡ଼ିଆସେ

ଅହେତୁକ ଝଡ଼ର ସମ୍ଭାର ନେଇ

ସେତେବେଳେ ବ୍ୟକ୍ତିଟି ନିଃସଙ୍ଗତାର ପରିଧିରେ 

ବନ୍ଧକ ହେଇଯାଏ 

ବନ୍ଦୀଶାଳାର ବନ୍ଦୀଟେ ହେଇ ||

ତା' ଚାରିପାଖରେ କେବଳ

ସ୍ଥଗିତ ସମୟ ଅଙ୍ଗୁଳି ନିର୍ଦ୍ଦେଶ କରେ

ଫଟା ଭାଗ୍ୟର ଶୂନ୍ୟତାକୁ ନେଇ

ଦୁଇ ହାତରେ ତାର ଅସହାୟତାର ବେଡ଼ି

ଆଉ ମନ ଆକାଶରେ 

ଅନ୍ଧକାରର ସଂଘର୍ଷତା ।

ଅନାଗତ ଭବିଷ୍ୟତ ପାଇଁ ଆକ୍ତାମାକ୍ତା 

ଭାବନାରେ ଦେଖେ ଆଗତ ଭବିଷ୍ୟତକୁ

କେତେବେଳେ ସେ ଭୟରେ ଭୀତତ୍ରସ୍ତ ତ

ପୁଣି କେତେବେଳେ ଅଶରୀର 

ଆଗତ ଆଶା ଓ ଆଶଙ୍କାରେ ମନପ୍ରାଣ ତାର ଶୀହରିତ ହୋଇଉଠେ ।।

ଖାଲି ହୃଦୟ ପାରାବାରେ ଖୋଜେ

ତାର ଚିହ୍ନା ଅଚିହ୍ନା ଅତୀତକୁ 

ଆଉ ବିଶ୍ଳେଷଣ କରିବସେ 

ମନ ଦରଜାର କାନଭାଷେ

ସୁଖ ଦୁଃଖର ମିଛ ମିଛିକା ଅନୁଭୂତିକୁ ||

କେତେ ଘଟଣାକୁ ମନେରଖେ

ପୁଣି କେତେକ ଘଟଣ ଅଘଟଣକୁ

ଚାପିରଖେ ନିଜ ଛାତିର ଶାମୁକାରେ 

ସବୁ ଜିନିଷକୁ ଗଣ୍ଠିଲି କରି ଧରିରଖେ

ହୃଦୟର ଏକ ନିଭୃତ କଣରେ

ସତେକି ସର୍ବଂସହା ମାଆ ପରି ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy