STORYMIRROR

Satyabati Swain

Romance Tragedy

4  

Satyabati Swain

Romance Tragedy

ହଠାତ୍ ଦେଖା ହେଲା ପରେ

ହଠାତ୍ ଦେଖା ହେଲା ପରେ

1 min
497


ହଠାତ୍ ତା ସହ ଦେଖା ହୋଇଗଲା

ସେ ହାଇ କଲା

ମୁଁ ଟିକେ ସ୍ମାଇଲ ଦେଲି।


ସେ ଶାଢ଼ୀ,ଚୁଡ଼ି,ସିନ୍ଦୁର 

ଏବଂ

ସରୁ ଓଢ଼ଣୀ ତଳେ

କେମିତି ଗୋଟେ ନୂଆ

ଅଜଣା ,ଅଚିହ୍ନା ମଣିଷ ଲାଗୁଥିଲା।


ମୁଁ ଖୋଜିଲି

ଯାହାକୁ ଅପେକ୍ଷା ଥିଲା ମୋର

ଯେଉଁ ଚଗଲି ପବନ ତା ମୋ

ହୃଦୟ ବଗିଚାରେ ଅନ୍ଦି କନ୍ଦି ବୁଲି

ଲୁଚକାଳି ଖେଳୁଥିଲା

ସେ କାଇଁ !

କାଇଁ ତା ପ୍ରଜାପତିଆ ମନ!!!


ଆଲୋ ତୋର ଏ କି ଜୀବନ ଓ ଜୀଇଁବା !!


ସେ କହିଲା ତୋତେ ଧୋକ୍କା ଦେବା

ଫଳ ପାଉଛି

ନିଜ ଜୀବନ ପାଇଁ

ଆମନ୍ତ୍ରିତ କରି ଆଣିଛି

କୁରୁକ୍ଷେତ୍ର ।


ସେ ପାଖକୁ ଆସିଲା

ମୋତେ ଜାକି ଧରିଲା

ମୁଁ ଅସହଜ ,ଅସୁସ୍ଥ ହୋଇଗଲି

ତା ହସଥିଲା ବାହାରେ ଖୁବ୍

କିନ୍ତୁ ଭିତରେ

ରାହା ଧରି କାନ୍ଦୁଥିଲା ଜୋରେ

ଏକୁଟିଆ ପିଲାଟିଏ ପରି

ଆହା ସେ ଏମିତି ଠକି ଗଲା !!


ମୋର କଷ୍ଟ ବଢିଗଲା

ଛାଟି ପିଟି ହେଲା ଆତ୍ମା

ମୁଁ ଭାସି ଗଲି

ମୁଠା ମୁଠା ଯନ୍ତ୍ରଣାରେ

ପୁନଶ୍ଚ ପୃଥିବୀର

ଦରଦ ଭରା ଫସଲ କ୍ଷେତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance