STORYMIRROR

Lelina Mallick

Romance

3  

Lelina Mallick

Romance

ଅପରିଚିତ ପ୍ରେମ

ଅପରିଚିତ ପ୍ରେମ

1 min
237


ଜୀବନଟା ଯାହା ଚାହୁଁନି.. 

ତା ତୁମେ ଦେଇଛ, 

ମୋ ହାତର ପାପୁଲିରେ ଆଞ୍ଜୁଳାଏ ପ୍ରେମ, 

ମୋ ହୃଦୟରେ ସୁଗନ୍ଧିତ ବିଶ୍ୱାସ ଆଉ... 

ମୋ ଚାରିପାଖେ ଢ଼ାଲିଦେଇଛ ପ୍ରୀତିଝରା ମନ୍ଦାକିନୀ, 

ସେଇଥିରେ ତୁମେ କୁହ କିଛି ଦେଇନାହଁ !


ବଞ୍ଚିବାଟା ଯେତେବେଳେ ତୁଚ୍ଛ ମନେ ହୁଏ, 

ସେତେବେଳେ ତୁମ ସ୍ନିଗ୍ଧତା ଜାବୁଡି ଧରେ, 

ତୁମ ସ୍ମିତହାସ୍ୟର କବରୀରେ ବାନ୍ଧିଦିଅ l

ମେଘ ମହ୍ଲାର ନାଚିଉଠେ, 

ପ୍ରେମର ଆଞ୍ଜୁଳି ଭରି... 

ରାଗିଣୀର ସ୍ୱରରେ, 

ତଥାପି ତୁମେ କୁହ... 

କିଛି ଦେଇନାହଁ... !


ମୁଁ ଯଦି କୁହେ... 

ତୁମେ ମୋତେ ଦେଇଛ ଅନେକ, 

ସେ ସ୍ୱର୍ଗର ନନ୍ଦନବନଠୁ ଆହୁରି ସୁନ୍ଦର, 

ପାରିଜାତଠୁ ଆହୁରି କୋମଳ, 

ମୋ ଜୀବନର ନିଃଶ୍ୱାସ ତୁମେ, 

ଶାଶ୍ୱତ ସେ ସମ୍ପର୍କ... 


ତୁମ ଭିତରେ ମୁଁ ଖୋଜେ ନିଜକୁ... 

ତୁମେ ମୋ ପ୍ରୀତିଲଗ୍ନା, 

ତୁମେ କାଉଁରୀ କନ୍ୟା, 


ମୋ ପ୍ରଣୟ ଆଉ ପ୍ରୀତିର ବାସ୍ନା, 

ତୁମେ ମଧୁପର୍ଣ୍ଣl, 

ମୋ ମନ କାନଭାସର... ଚିତ୍ରିତ ମୂର୍ଚ୍ଛନା,

ବଞ୍ଚିବାର ବାହାନା... l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance