ଶବ୍ଦ ନାୟକ
ଶବ୍ଦ ନାୟକ
ଶବ୍ଦ ସହ ଯେବେ ଦେଖାହେଲା,
ସେଦିନ ତୋ ଅନୁଭବ ହେଲା...
ତୁ ମୋ କଳ୍ପିତ, ଚିତ୍ରିତ, ଅଙ୍କିତ କାନଭାସ,
ମନର ଉନ୍ମାଦନା, ଉନ୍ମୋଚନରେ....
ତୁ ମୋ ନୀରବତାର,
ଗୁଂଜରିତ, ସ୍ଫୁରିତ ଶବ୍ଦକୁଞ୍ଜ,
ହୃଦୟର କଦମ୍ବ ବନରେ l
ତୋ ସହ ମୋ ପ୍ରୀତି,
କଲମରୁ କାଳି ଥିବାଯାଏଁ,
ମୋ ସାଧା କାଗଜରେ ଲିଖିତ,
ପ୍ରଣୟର ଚିଠିଟିଏ l
କେବେ ତୁ ମେଘ ମଲ୍ହାରେ,
ସ୍ବପ୍ନ ନାୟକ ବିଜିନ ରାତିରେ,
ପୁଣି କେବେ ଅଦିନିଆ ବର୍ଷା,
ଶେଷ ନିଦାଘରେ l
ତୁ ମୋ ଅପେକ୍ଷାର ମିଳନ ଋତୁଟିଏ,
ମୁଁ ଆନନ୍ଦିତ ତୋ ପ୍ରେମରେ,
ମଧୁର ମୂର୍ଚ୍ଛନା ର ସଂଗୀତରେ,
ସାତ ରଙ୍ଗରେ, ପ୍ରେମରେ ରାଗିନୀ ରେ l"

