ସ୍ମୃତି (୨୫)ଚେନାଏ ହସର ଧାର
ସ୍ମୃତି (୨୫)ଚେନାଏ ହସର ଧାର
ଅଝଟ ପଣର ତା' ଲମ୍ବା ତାଲିକା
ଚେନାଏ ହସରେ ହଜେ
ଚହଲା ପାଣି ବି ସ୍ଥିର ହୋଇ ଯାଏ
ଲୁହରେ ଯେବେ ସେ ଭିଜେ ,
ଆପଣା ପଣରେ ମନ କିଣି ନିଏ
ଝଡ ଝଞ୍ଜା ଯାଏ ଦୂରେ
ଇପ୍ସିତ ସ୍ୱପ୍ନ ବାସ୍ତବ ମନେ ହୁଏ
ଜୀବନ ନଈର ଧାରେ ,
ହୃଦୟେ ତରଙ୍ଗ କେତେ କେତେ ଖେଳେ
ଶୀତଳ ପବନ ସାଥେ
ଓଠ ଚାପି ଚାପି ନିତି ସିଏ ଆସେ
ଶୁଆଇ ନ ଦେବାକୁ ମୋତେ ,
ସତରେ ଅଟେ ସେ ପ୍ରେମ ପାଗଳିନୀ
ପ୍ରୀତିର ମଧୁର ଜ୍ୱାଳା
ଝୁମି ଝୁମି ଆସେ ମନ ବଗିଚାରେ
ପ୍ରେମ ରଙ୍ଗେ ହୋଇ ବୋଳା ........!