STORYMIRROR

Sanjya Tripathy

Romance

3  

Sanjya Tripathy

Romance

ପ୍ରିୟତମା

ପ୍ରିୟତମା

1 min
239


ମୁଁ ତୁମକୁ ପାଇଥିଲି:

ମହାର୍ଘ ଅତୀତର ମୋହନ ବଂଶୀ ସ୍କନରେ

ହୃଦୟର କୋଣାର୍କରେ -ମନର ଝାଉଁବଣରେ

ଏକ ମୌସୁମୀ ମୋହିତ ଅକଟୋପସୀ ବହୁବଂଧନରେ

ପରସ୍ପର ଆକର୍ଷଣରେ ଅନ୍ଧ ହେବାର

ମାହେନ୍ଦ୍ର ମୁହୁର୍ଭରେ ରସସିର, ଅନୁପମ ସୌନ୍ଦର୍ଯ୍ୟର

ଅବଲୋକନରେ

ଚିରନ୍ତନୀ ପ୍ରେମରେ ଆତ୍ମବିସ୍ମୃତ ହେବାର ବେଳରେ

ଭସାବାଦଲର ରଙ୍ଗରେ- କାଗଜଡଙ୍ଗାର ଶୋକରେ

ଅନନ୍ତ ନୀଳିମା ଭରା ଏକ ସୀମାହୀନ ସାଗରରେ

ଦିଗବଳୟ ସୃଶୟୀ ଉର୍ମିମାଳାର ଉଜାଣି ଯମୁନାରେ

ଆରୋଗ୍ୟ ଝରଣାର ଜଳପାନର ମୁହୁର୍ତ୍ତରେ

ଅନ୍ତହୀନ ସ୍ରୋତସ୍ଵିନୀର ଦୁର୍ବାର ପ୍ରେରଣାରେ

ଜୀବନବ୍ୟାପୀ ମିଳିତ ସଂଗ୍ରାମର ବିକ୍ରଶପଥରେ

ଜୀବନସାଥୀର ଅନ୍ତରଙ୍ଗ, ଅଙ୍କୁ୦ ସମର୍ପଣରେ

ଅକ୍ଷୟ, ଅମଳିନ ସଂପର୍କର ଭୀଷ ପ୍ରତିଜ୍ଞାରେ

ଆବଶ୍ଚିତ ସମାଜ ବ୍ୟବସ୍ଥାରେ ପ୍ରାସଂଗିକ ପରିପ୍ରେକ୍ଷୀରେ

ସଂପର୍କର ସୁରମ୍ୟ ସୃଜନଶୀଳତାରେ

ମୁଁ ତୁମକୁ ପାଇଥିଲି:

ଅଭିଯୋଜିତ ଅଂଗପ୍ରତ୍ୟଙ୍ଗର ଅଶ୍ରତ ଆର୍ତ୍ତନାଦରେ

ମାୟାବିନୀ ରାତ୍ରିର ମଧୁଝରା ସୀତକାରରେ

ଅନୁପମାର ଅନୁପମା ଆତ୍ମ ସୂଜନରେ

ଅବିରାମ ସମୟର ପ୍ରହେଳିକାର୍ମ ଲୁଚକାଳି ଖେଳରେ

ଆରଣ୍ୟକ ଆହ୍ବାନରେ- ପ୍ରବାଳ ପ୍ରେମର ପ୍ରତିଦାନରେ

ପ୍ରକୃତିର ପ୍ରାକୃତିକ ବେଳାରେ ପ୍ରକୃଷ୍ଟ ସମୟରେ

ସଭାଣୀର ରେଷଣୀରେ-

ପାର୍ବଣର ପହିଲି ପରରେ

ମୃତ୍ୟୁର ବେଳାଭୂମିରେ- ଆକର ଉପତ୍ୟକାରେ

ମୁନାବତୀର ଉପେକ୍ଷାରେ- ଅନାଗ୍ରହଭରା

ଅଗ୍ରହଣୀୟତାରେ

ବେଷ୍ୟଭେୟ ଅତୀତର ମୋହନ ବଂଶୀ ସ୍ଵନରେ

ବିମର୍ଷ ବର୍ଭମାନର ନିକ୍କଣିତ ନୂପୁର ଧ୍ବନିରେ

ଭାନୁମତୀ ଭବିଷ୍ୟତର ସ୍ଵଦିତ ସୀତାରରେ ।

ବିଗତ ଯୌବନା ମୌସୁମୀର ବିଦାୟ ବେଳାରେ

ରଣଜାଡ ଶଶୀତର ପ୍ରଥମ ସ୍ପର୍ଶରେ- କାଲୁଆଭାବରେ

ଶୀତରାତିର ଶିହରିତ ମୁହୁର୍ତ୍ତରେ- ସଂଲଗ୍ନ ବେଳାରେ

ସମାହିତ ଅବୋଲକରା ଓ ଯକ୍ଷ ପ୍ରଶ୍ନରେ

ସର୍ବୋପରି : ଛାୟା ମୃତ୍ୟୁର ଲୁଚକାଳି ଖେଳରେ ।



Rate this content
Log in

Similar oriya poem from Romance