STORYMIRROR

S.N.GAMING

Romance

3  

S.N.GAMING

Romance

ମୋ ମନର ଅପ୍ସରୀ

ମୋ ମନର ଅପ୍ସରୀ

1 min
214

କେଉଁ ଦୁନିଆରେ ଥିଲ ତୁମେ କୁହ

              ଆସି ଏଠି ଉଭା ହେଲ,

ତୁମରି ସେଇ ଦୁଇ ଓଠ କହେ ମୋତେ

               ତୁମେ ପରା କଇଁ ଫୁଲ।

କେଉଁ ଦୁନିଆର ପରୀ ଥିଲ ତୁମେ

               ଜହ୍ନ ହୋଇ ଦେଖାଦେଲ,

କେଉଁଠି ଥିଲ ମୋ ମନର ଅପ୍ସରୀ 

                ଆକାଶରୁ ଓହ୍ଲେଇଲ।

ଫୁଲ ପରି ତୁମେ ଫୁଟିଗଲ ଦିନେ

                ମୋ ହୃଦୟର ଘର ତଳେ,   

ତୁମେ ମୋତେ ପ୍ରିୟା ଅନାଇ ହସୁଛ

                ନିଛାଟିଆ ଖରାବେଳେ।

ତୁମେ ଦେଖାଯାଅ ଏତେ ସୁନ୍ଦରୀ ଯେ

                ଲାଗୁଛ ମୋତେ ଅପ୍ସରା,

ମନେ ମନେ ମୁଁହି ଭାବେ ସବୁବେଳେ

                ତମେ ଆକାଶ ଜହ୍ନ ନା ତାରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance