ଚିତ୍ରଗୀତି
ଚିତ୍ରଗୀତି


ମନ ଅଗଣାରେ ଫଗୁଣ ମହକେ
ଜହ୍ନରେ ଦିଶୁଛ ତୁମେ
ତୁମପାଇଁ ସଖୀ ଆମ୍ର କାନନେ
କୋଇଲି ଗାଉଛି ପ୍ରେମେ I
ଅଥୟ କରୁଛି ମଳୟ ପରଶ
ପବନରେ ବୃନ୍ଦଗାନ
ଆଖିରେ ନାଚୁଛି ରୂପଟି ତୁମର
ଛଟପଟ ହୁଏ ମନ I
ଜହ୍ନ ଝୁଲିଲାଣି ଜୋଛନା ଦୋଳିରେ
ରାତି ଗାଇଲାଣି ଗୀତ
ଫୁଲେଇ ଫଗୁଣ ଫୁଲ ବରଷାଇ
ମନ କରିଲାଣି ତୃପ୍ତ I
ଆସ ଆସ ସଖୀ ଡେରି କରନାହିଁ
ସପନେ ସପନ ହୁଅ
ଫୁଲର ମହକ ହଜିବା ଆଗରୁ
ହୃଦୟକୁ ଛୁଇଁଦିଅ I