ସ୍ମୃତି (୨୯)ଆଞ୍ଜୁଳାଏ ପ୍ରେମ
ସ୍ମୃତି (୨୯)ଆଞ୍ଜୁଳାଏ ପ୍ରେମ


ପ୍ରେମ ଋତୁ ଆସେ ଏଠି ସପନରେ
ନୀଳ ନିବିଡ ମାୟା ନେଇ
କେବେ ହଜାଇ ଦେବା ପାଇଁ ଦୁନିଆକୁ
କେବେ ହଜି ଯିବା ଲାଗି ଦୁନିଆରେ ,
କିଛି ଦରଚିହ୍ନା ଘଞ୍ଚ ବନାନୀ
କିଛି ମୁକୁଳା ଆକାଶର କାହାଣୀ
ଆଡେଇ ଦେଇ ହୁଏନା ଯାହାକୁ
ଶେଷ ହେବା ଯାଏ ପୁରା କାହାଣୀ। ,
ନୀଳ ସ୍ରୋତଟେ ବୋହିଯାଏ
ପ୍ରୀତି ପାରାବାର ଆଡ଼କୁ ,
କାହାର ଚିରହରିତ୍ ଶୋଷ
ମେଣ୍ଟାଇ ପାରେନା ତା' ଅସ୍ତିତ୍ଵକୁ ।
ପ୍ରେମ ସବୁଦିନେ ଏମିତି
ଆଞ୍ଜୁଳାଏ ଭାଷାହୀନ ଆତ୍ମୀୟତା
ମଣିଷ କୁ ବେଳେ ବେଳେ ମଣିଷ କରେ
କେବେ ପୁଣି କରେ ଚଞ୍ଚକତା .......!