STORYMIRROR

Amulya Kumar Nayak

Romance

3  

Amulya Kumar Nayak

Romance

ପ୍ରେମ ତୁମେ କାହାର

ପ୍ରେମ ତୁମେ କାହାର

1 min
216


ପ୍ରେମ ତୁମେ କାହାର

  ମୋ ଦୁଃଖର ନା ସୁଖର

ପ୍ରେମ ତୁମେ କାହାର

 ମୋ ପ୍ରିୟାର ନା ପ୍ରାଣର(୧)


ପ୍ରେମ ତୁମେ କାହାର

   ସୀତାର ନା ସତୀର

ପ୍ରେମ ତୁମେ କାହାର

   ରାମର ନା ରାବଣର (୨)


ପ୍ରେମ ତୁମେ କାହାର

   ଯଶୋଦାର ନା କୃଷ୍ଣର

ପ୍ରେମ ତୁମେ କାହାର

   ଭୀଷ୍ମର ନା ଅର୍ଜ୍ଜୁନର (୩)


ପ୍ରେମ ତୁମେ କାହାର

   ଭକ୍ତର ନା ଭଗବାନର

ପ୍ରେମ ତୁମେ କାହାର

   ଚିନ୍ତାର ନା ଚୈତନର(୪)


ପ୍ରେମ ତୁମେ କାହାର

   ରାତିର ନା ସପନର

ପ୍ରେମ ତୁମେ କାହାର

   ସତୀର ନା ଅସତୀର(୫)


ପ୍ରେମ ତୁମେ କାହାର

   ସାଗରର ନା ନଈର

ପ୍ରେମ ତୁମେ କାହାର

   କେଦାରର ନା ଗୌରୀର(୬)


ପ୍ରେମ ତୁମେ କାହାର

   ପାଞ୍ଚାଳୀର ନା ପାଣ୍ଡବର

ପ୍ରେମ ତୁମେ କାହାର

    କର୍ଣ୍ଣର ନା କୁନ୍ତୀର (୭)


ପ୍ରେମ ତୁମେ ଅମଳିନ

    ଚିରନ୍ତନ ଓମ୍କାର

ପ୍ରେମ ତୁମେ ଦିବ୍ୟ ଦୃଷ୍ଚି

    ମାନସପଟର (୮)


ପ୍ରେମ ତୁମେ ଦୁଇ ପ୍ରାଣ

    ପ୍ରଫୁଲ୍ଲିତ ସ୍ବର

ପ୍ରେମ ତୁମେ ପିତା ମାତା

     ଭକ୍ତି ଭାବନାର (୯)


ପ୍ରେମ ତୁମେ ଖିଲି ଖିଲି

     ହସ ଶିଶୁଟିର

ପ୍ରେମ ତୁମେ ଯୁଇ ଚିତା

     ଏଣ୍ତୁଡି ଶାଳାର (୧୦)


ପ୍ରେମ ତୁମେ ଦୁଇ ଆଖି

    ଟପ ଟପ ଲୁହ

ପ୍ରେମ ତୁମେ ହୃଦତଳ

    ବୁକୁଫଟା କୋହ (୧୧)



Rate this content
Log in

Similar oriya poem from Romance