STORYMIRROR

Kalyani Nanda

Romance

3  

Kalyani Nanda

Romance

ଶୀତ ଆସିଛି

ଶୀତ ଆସିଛି

1 min
182

ଶୀତ ଆସିଛି ସୁନେଲୀ ଧାନ କ୍ଷେତ ହସୁଛି 

ଧାନ ଦେଖି ଚାଷୀ ପୁଅ ଓଠେ ହସ ଖେଳୁଛି 

ଶୀତ ସକାଳେ ମନ୍ଦିରେ ଶଙ୍ଖ ଘଣ୍ଟ ଧ୍ୱନି ଶୁଭୁଛି 

ଗାଁ ଚାଳ ଘରୁ ଧୂଆଁ ଉଠି କୁହୁଡି ସାଥେ ହସୁଛି।।


ସ୍ନେହ ର ପରଶ ଦେଇ କାଲୁଆ ଶୀତ ଆସିଛି 

ନିଆଁ ପାଶେ ଅଜା ପାଶେ ବସି ନାତି ଗପ ଶୁଣୁଛି  

ଅଜାକୁ ଆଈ ପାନ ଖୋଇଦେଇ ମୁରୁକି ହସୁଛି 

ନାତି ଟୋକା ଆଈ ପଣତରେ ମୁହଁ ଲୁଚାଉଛି।।


କେତେ ସରାଗରେ ଶିଶିର ଭିଜା ଶୀତ ଆସିଛି 

ପ୍ରିୟ ପାଶେ ପ୍ରିୟା ଶୀତ ହାତେ ଚିଟାଉ ଦେଇଛି 

ସୁମନ ସୁରଭି ସଭିଙ୍କ ମନକୁ ମତୁଆଲା କରିଛି 

ଫୁଲ ଓଢ଼ଣୀ ଦେଇ ଫୁଲ ବଗିଚା ଖିଲି ଖିଲି ହସୁଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance