STORYMIRROR

Anjana Naik,Anju..Deogarh

Romance

3  

Anjana Naik,Anju..Deogarh

Romance

ନୂତନ ଆରମ୍ଭ ନୂତନ ତୁମେ

ନୂତନ ଆରମ୍ଭ ନୂତନ ତୁମେ

1 min
215

ତୁମେ ହିଁ ସେ ଅମାନିଆ ଜହ୍ନ

କୁହୁଡି଼ ରାତିର ଶୀତଳ ପରଶ 

ମୋ ତନୁ-ମନ ସିକ୍ତ କରିବା ବାଲା

ପ୍ରେମର ଗଭୀର ଗଣ୍ଡରେ

ଆହୁଲା ବିହୀନ ଡଙ୍ଗାର ନାବିକ 

ଯିଏ ଛାତିରେ କୁଳୁ କୁଳୁ ବହୁଥିବା 

ମୋ ମନ ନଈରେ କାତ ମାରି ମାରି 

ଆଗକୁ ବଢ଼ିଚାଲେ ଦିଗବଳୟ ପଥେ 

ପୂର୍ଣ୍ଣିମା ତିଥିର ଜୋଚ୍ଛନା 

ହିଁ ମୋ ପରିଚ଼ୟ ସ୍ୱରୁପ ।।

ଇଚ୍ଛା ସବୁ ଶ୍ରାବଣର ଧାରା ପରି 

କଳନା ହୀନ 

ଗର୍ଭବତୀ ନଈର ଉଚ୍ଛୁଳା ପାଣିର 

ଘାଇ ଭଙ୍ଗା ବୀଭିଷିକା ପରି ।।

ଇଚ୍ଛା ଠିକ୍ ଆଇନାର ଛବି ପରି 

ସ୍ପର୍ଶ ରହିତ 

ଯାହା ମନର ଅସୁମାରି ଭାବନାକୁ

ପ୍ରତିବିମ୍ବିତ କରେ ସମୟ ଜାଣି ।।

ଇଚ୍ଛା ତ କେବଳ ଅବାଧ ଖିଆଲ

କ୍ଷଣ ସ୍ଥାୟୀ 

ନିମିତ୍ତ ମାତ୍ର ବିଡ଼ମ୍ବନା ଆକାଶ ତଳେ

ସାଲିସ୍ କରି ବଞ୍ଚିବାର ମୋହ ।।

ନୂତନ ଦୁନିଆରେ ମୋ ସ୍ୱପ୍ନର 

ତୁମେ ହିଁ ତ ଆରମ୍ଭ

ଅସରନ୍ତି ସକାଳର 

ଆଞ୍ଜୁଳା ଭର୍ତ୍ତି ଅନୁରାଗ 

ତମର ମୋର ବ୍ୟବଧାନ 

କେବଳ କିଛି ଅନା ବନା ଖିଆଲ 

ଯାହା ବେଳ ଅବେଳରେ ଘଷି ହୁଏ 

ଆମ ସମ୍ପର୍କ ମଧ୍ୟରେ 

ତା ଭିତରେ ପରସ୍ତ ପରସ୍ତ ଲୁହ ବହେ କେବେ ଛୋଟ ମୋଟ ଅଭିମାନ ମଧ୍ୟରେ

ତଥାପି ଓଠ କହେ 

ତୁମେ ହିଁ ତ ମୋର ଠିକଣା 

ତୁମେ ହିଁ ସର୍ବଦା ନୂତନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance