STORYMIRROR

Mangalsingh Marandi

Romance

3  

Mangalsingh Marandi

Romance

ମୁଁ ଭାବୁଥିଲି

ମୁଁ ଭାବୁଥିଲି

1 min
194

ମନର ମନ୍ଦିରେ ପ୍ରିୟା ତୁମ ବାସ

     କେମିତି ବା କରିବିନି ଉପବାସ

ପ୍ରତିଟି ନିଃଶ୍ୱାସ ଅବା ପ୍ରଶ୍ୱାସ

     ପ୍ରତିଟି କ୍ଷଣରେ ହୁଅ ଆଭାସ।।1।।


ଦିଗହରା ଚଢ଼େଇ ମୁଁ ଯେ

     ତୁମ କୋଳର ଆଶ୍ରୟ ଖୋଜେ

ଖୁସିର ଲହରୀର ମଜେ

    ଲୁଚିବନି ତ କେବେ ଲାଜେ।।2।।   


ସାଗରର ତରଙ୍ଗ ଗଣେ

    ଖୋଜି ଚାଲେ ମୁଁ ଏଣେ ତେଣେ

କେତେ ଭଲ ପାଏ ମନେ

    ମୋ ବିନା ଆଉ କିଏ ବା ଜାଣେ ।।3।।


ଗୋଲାପ କଢ ହେ ତୁମେ

      ଦୁନିଆ ତୁମ ଲାଗି ଝୁମେ 

ଲେଖିଛି କେତେ ତୁମ ନାମେ 

     ଯେମିତି ଆମ ସ୍ନେହ ନ କମେ।।4।।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance