ମୁଁ ଭାବୁଥିଲି
ମୁଁ ଭାବୁଥିଲି
ତୁମ ନୀଳ ଆଖି ଲାଗେ ମୋତେ ପାଖା ପାଖି
ମନ କହୁନି ଆତ୍ମାର କହୁଛି ତମେ ହିଁ ସଖୀ
ରହି ଆସିଛି ଏ ଗଛ ଲତା ତରୁ ଆଦି ସାକ୍ଷୀ
କଥା ନାହିଁ ଆଉ ଅନେକ ଦୂରରେ ବାକି ।
ଭାବୁଛି ନୁହଁ ଏହା କହୁଛି ତୁମେ ମୋର
ସତ କି ନୁହଁ କହି ପାରୁନି ଏହି ଅକ୍ଷର
ଆତ୍ମା ସୁଦ୍ଧି ମନ ଓ ବୁଦ୍ଧି ଏ ଗାର ହୃଦୟର
ବିଶ୍ୱାସ ରହିଛି ହାତରେ କରି ନେବ ନିଜର ।
ବନ୍ଧୁ ଓ ବନ୍ଧୁତାର ଅଭେଦ୍ୟ କୋଟି ନିମନ୍ତ୍ରଣ
ମିଳନ ସ୍ନେହର ଭଲ ପାଇବା ରହିବ ଚିରଋଣ
ଭାଗ୍ୟ ବିଧାତା ନୁହଁଇ ଏହି ବିଧିର ବିଧାନ
ସ୍ଵର୍ଗ ନୁହଁ ଧରା ପୃଷ୍ଟାର ଏହି ଅନେକପ୍ରେରଣ ।
