ହାଏ ମୋ ସୁନା ମଣି
ହାଏ ମୋ ସୁନା ମଣି
1 min
203
ତୁମ କଥା ଭାବି ଭାବି ଦିନ ମୋ ଯାଏ ସରି
ହାଏ ମୋ ସୁନା ମଣି
ପ୍ରତି ମୁହୂର୍ତ୍ତ ବିତେ ମୋ ଗଣି ଗଣି
କେମିତି ବା ପ୍ରିୟତମା ଯିବି ତମକୁ ପାସୋରି ।।1।।
ମୋ ଭାବନାରେ ରାତିର ସପନରେ ନିତି ଆସୁଛ
ହାଏ ମୋ ସୁନା ମଣି
ତୁମେ କି ପାରିବ ସେ କଥା ଜାଣି
ମୋର ଆଶା ଓ ବିଶ୍ୱାସ ତୁମେ ଭଲରେ ଅଛ ।।2।।
ଖୁସିର ଲହରୀ ସାଥିରେ ମନରେ ଆସେ ଦ୍ୱନ୍ଦ୍ୱ
ହାଏ ମୋ ସୁନା ମଣି
ତୁମେ ହେବ ମୋ ହୃଦୟର ରାଣୀ
ହେଇ ଯାଇଛି ମୁଁ ହେଇ ସାରିଛି ତୁମ ପାଇଁ ଅନ୍ଧ ।।3।।
